ETV Bharat / state

ମୋକିମଙ୍କ ନିଲମ୍ବନ ଦଳକୁ ଧକ୍କା ନୁହେଁ ବରଂ ଅନୁଶାସନର ପ୍ରତୀକ: ନଗର କଂଗ୍ରେସ

author img

By

Published : Jul 16, 2023, 5:16 PM IST

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସ ନିଲମ୍ବନ କରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ମୋକିମଙ୍କ ନିଲମ୍ବନ ଦଳକୁ ଧକ୍କା ନୁହେଁ ବରଂ ଅନୁଶାସନର ପ୍ରତୀକ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ମୋକିମଙ୍କ ନିଲମ୍ବନ ନେଇ ନଗର କଂଗ୍ରେସ ସଭାପତିଙ୍କ ପ୍ରତିକ୍ରିୟା

କଟକ: ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ବାଜିଛି ଶୃଙ୍ଖଳା ଛାଟ । କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଜଗତସିଂହପୁର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । AICCର ଏହି ନିଷ୍ପତିକୁ ଗ୍ରହଣ କରିଛି ରାଜ୍ୟ କଂଗ୍ରେସ । ମୋକିମ ଦଳରୁ ନିଲମ୍ବନ ହେଲା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଟକ ନଗର ସଭାପତି ସୁରେଶ ମହାପାତ୍ର । ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ

ଗତ ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ମୋକିମ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ଚିରଞ୍ଜୀବ ବିଶ୍ବାଳ ମଧ୍ୟ ଯୋଗ ଦେଇଥିଲେ । ଉଭୟ ନେତା କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ସହ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଏଆଇସିସିକୁ ପିସିସି ସଭାପତି ଅଭିଯୋଗ କରିଥିଲେ । ଏହାପରେ ଉଭୟଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲା ଏଆଇସିସି । ପରେ ଉଭୟଙ୍କ ଉତ୍ତର ସନ୍ତୋଷଜନକ ନଥିବା ଦର୍ଶାଇ ଉଭୟଙ୍କୁ ଦଳରୁ ନିଲମ୍ବନ କରିଛି ଏଆଇସିସି ଶୃଙ୍ଖଳା କମିଟି । ଏହାପରେ ମୋକିମ କିନ୍ତୁ କୌଣସି ଦଳ ବିରୋଧୀ କାର୍ଯ୍ୟକ୍ରମ କରିନାହାନ୍ତି ବା ଦଳ ବିରୋଧରେ ମନ୍ତବ୍ୟ ଦେଇନାହାନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ମୁଁ କଂଗ୍ରେସରେ ଅଛି ଓ ରହିବି । କଂଗ୍ରେସରୁ ଟିକେଟ ମିଳିଲେ ଲଢ଼ିବି, ନମିଳିଲେ ସ୍ବାଧୀନ ଭାବେ ଲଢ଼ିବି ବୋଲି କହିଛନ୍ତି ମୋକିମ । ସେପଟେ ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଟିକେଟ ଦେଲେ କଂଗ୍ରେସରୁ ଲଢ଼ିବି, ନହେଲେ ସ୍ୱାଧୀନ: ମୋକିମ

ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ସେ କହିଛନ୍ତି, "ମୋକିମଙ୍କ ନିଲମ୍ବନ ଦଳ ଉପରେ କିମ୍ବା କଟକ ନଗର କଂଗ୍ରେସ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଦଳ ପୂର୍ବରୁ ଯେପରି ଥିଲା ସେପରି ରହିବ । ବିଗତ ଦିନରେ ଅନେକ ବଡ଼ବଡ଼ ନେତା କଂଗ୍ରେସରୁ ଯାଇଛନ୍ତି । କିନ୍ତୁ ଦଳ ପ୍ରଭାବିତ ହୋଇନାହିଁ । ମୋକିମଙ୍କ ଭଳି ଅନେକ ବିଜୟୀ ବିଧାୟକ ଦଳରୁ ଯାଇଛନ୍ତି । ଯେଉଁମାନେ ଦଳରେ ବିଶୃଙ୍ଖଳାକାରୀ ଥିଲେ, ସେମାନଙ୍କ ବିରୋଧରେ ଦଳର ହାଇକମାଣ୍ଡ ଏପରି ନିଷ୍ପତ୍ତି ନେଇଛନ୍ତି । ଯାହାକୁ କଂଗ୍ରେସ ମାନୁଛି ଓ ମାନିବ । ଦଳରୁ ନିଲମ୍ବନ ହେବା ଏକ ଖରାପ ବାର୍ତ୍ତା ନୁହେଁ, ବରଂ ଅନୁଶାସନର ଉଦାହରଣ । ଏହା ବ୍ୟତୀତ ଦଳ କମଜୋର ନୁହେଁ ବରଂ ମଜଭୁତ ହେବାରେ କୌଣସି ଦ୍ବିମତ ନାହିଁ ।" ତେବେ ମୋକିମ ଆଗକୁ ଦଳକୁ ଫେରିବେ କି ନାହିଁ, ତାହା ସମୟ କହିବ ଓ ଏଆଇସିସି ସ୍ପଷ୍ଟ କରିବ ବୋଲି କହିଛନ୍ତି କଟକ ନଗର କଂଗ୍ରେସ ସଭାପତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.