କଟକ: ସିଲଭରସିଟିରେ ସାମ୍ବାଦିକ ସାଜି ଜୋର ଜବରଦସ୍ତ ଚାନ୍ଦା ମାଗିବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ଏହି ଘଟଣା ଘଟବା ପରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସେହି ସାମ୍ବାଦିକ ମୁଖା ପିନ୍ଧା ବ୍ୟକ୍ତି ।
![Cuttack Chauliaganj police arrested fake journalist, man who were blackmailing people, demanding money, ସାମ୍ବାଦିକ ସାଜି ମାଗୁଥିଲେ ଚାନ୍ଦା, ଗିରଫ କଲା ପୋଲିସ, ଚାଉଳିଆଗଞ୍ଜ ଥାନା ପୋଲିସ](https://etvbharatimages.akamaized.net/etvbharat/prod-images/od-ctc-04-fakejournalistarrest-dry-7204966_18072020194535_1807f_1595081735_383.png)
କଟକ ଡିଭିଜନ 2 ଆର ଆଣ୍ଡ ବିର ନିର୍ବାହୀ ଯନ୍ତ୍ରୀ ଶୁଭ୍ରାଂଶୁ ମହାପାତ୍ରଙ୍କୁ ଟଙ୍କା ମାଗିବା ଓ ମିଥ୍ୟ ଫଟୋ ଏଡିଟିଂ କରି ବ୍ଲାକମେଲିଙ୍ଗ କରିବା ଅଭିଯୋଗରେ ମନୋଜ କୁମାର ସେଠ ନାମକ ତଥାକଥିତ ସାମ୍ବାଦିକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ତେବେ ତାଙ୍କ ସହଯୋଗୀ ବର୍ତ୍ତମାନ ଫେରାର ଥିବା ଜଣାପଡିଛି। ତାଙ୍କ ନାଁରେ ପୂର୍ବରୁ 2ଟି ମମାଲ ଥିବା ମଧ୍ୟ ଜଣାପଡିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ