ETV Bharat / state

କଟକ ଉନ୍ନୟନ ସଂସ୍ଥାର ୪୧ତମ ପ୍ରତିଷ୍ଠା ଦିବସ - କଟକ ବାରବାଟି ବିଧାୟକ ଇଂ ମହମ୍ମଦ ମୋକିମ

କଟକ ଉନ୍ନୟନ ସଂସ୍ଥାର(CDA) ୪୧ତମ ପ୍ରତିଷ୍ଠା ଦିବସ ପିଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ସାଂସଦ ଭର୍ତ୍ତୃହରି ମହତାବ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

କଟକ ଉନ୍ନୟନ ସଂସ୍ଥାର ୪୧ତମ ପ୍ରତିଷ୍ଠା ଦିବସ
କଟକ ଉନ୍ନୟନ ସଂସ୍ଥାର ୪୧ତମ ପ୍ରତିଷ୍ଠା ଦିବସ
author img

By ETV Bharat Odisha Team

Published : Sep 1, 2023, 9:00 PM IST

କଟକ ଉନ୍ନୟନ ସଂସ୍ଥାର ୪୧ତମ ପ୍ରତିଷ୍ଠା ଦିବସ

କଟକ: କଟକ CDAକୁ ପୂରଣ ହୋଇଛି ୪୧ ବର୍ଷ । ଆଜି କଟକ ଉନ୍ନୟନ ସଂସ୍ଥା(CDA)ର ୪୧ତମ ପ୍ରତିଷ୍ଠା ଦିବସ CDA ସ୍ଥିତ ୟୁଣ୍ଡସର ପାଲେସ୍ଠାରେ ଅନୁଷ୍ଠିତ ହୋଇଯାଇଛି । ୧୯୮୩ ମସିହାରେ CDA ସ୍ଥାପନ କରାଯାଇଥିଲା । ଏହି ୪୧ ବର୍ଷ ମଧ୍ୟରେ CDAରେ ବହୁ ଉନ୍ନତି ଘଟିଛି ।୧୪୫ଟି ଗ୍ରାମକୁ CDA ଅନ୍ତର୍ଭୁକ୍ତ କରାଯାଇଛି । ଖୁବ୍‌ଶୀଘ୍ର ଖାନନଗର ଠାରେ ନେତାଜୀ ବସ ଟର୍ମିନାଲର ଲୋକାର୍ପଣ କରାଯିବ । କଟକ ସହରର ସବୁଠାରୁ ବଡ଼ ସମସ୍ୟା ହେଉଛି ଟ୍ରାଫିକ ସମସ୍ୟା । ଟ୍ରାଫିକ ସମସ୍ୟାର ସମାଧାନ ପାଇଁ CDA ପକ୍ଷରୁ ସ୍ଵତନ୍ତ୍ର ଯୋଜନା କରାଯାଉଛି ।

ସାଂସଦ ଶ୍ରୀ ଭର୍ତୃହରି ମହତାବ CDA ପ୍ରତିଷ୍ଠା ଦିବସକୁ ଉଦ୍ଘାଟନ କରି କହିଥିଲେ କଟକର ବ୍ୟାପକ ଉନ୍ନତି ଘଟିଛି । ଏହାର ବିକାଶ ପାଇଁ CDA ପକ୍ଷରୁ କେତେକ ପରିକଳ୍ପନା କରାଯାଉଛି । ଏହି ପରିକଳ୍ପନା ସମାଜର ମଧ୍ୟବର୍ତ୍ତୀ ପରିବାର ଓ ଗରିବ ଲୋକଙ୍କୁ ଯୋଡ଼ିବାରେ ଆବଶ୍ୟକତା ରହିଛି। ବର୍ତ୍ତମାନ ଭାରତ ବର୍ଷରେ ପାଠ୍ୟକ୍ରମଗୁଡିକରେ ଭାରତୀୟ ଭାଷା ପ୍ରଚଳନ ହେଉଥିବା ବେଳେ CDA ଓଡ଼ିଆ ଭାଷାକୁ ଗୁରୁତ୍ବ ଦେବାପାଇଁ ଆହ୍ୱାନ ଦେଇଥିଲା । ଏହି ଅବସରରେ CDA ଦ୍ଵାରା ପ୍ରକାଶିତ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହ ଏକ ୱେବ୍‌ସାଇଟ୍କୁ ମଧ୍ଯ ଉଦ୍ଘାଟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ.....ନୂଆ ରୂପ ପାଇବ କଟକ ଓ ପୁରୀ ରେଳ ଷ୍ଟେସନ, ନବୀକରଣ ପରେ ଏମିତି ଦେଖାଯିବ

ମେୟର ଶ୍ରୀ ସୁବାସ ସିଂ ଏବଂ କଟକ ବାରବାଟି ବିଧାୟକ ଇଂ ମହମ୍ମଦ ମୋକ୍କିମ୍‌, ବିଧାୟକ ସୌଭିକ ବିଶ୍ଵାଳ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇ କହିଲେ କଟକ ସହରର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି । ଏହି ସହର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅତ୍ୟାଧୁନିକ ସହରରେ ପରିଣତ ହେବାକୁ ଯାଉଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ CDA ଅଧ୍ୟକ୍ଷ ଶ୍ରୀ ଅନୀଲ ସାମଲ ସଭାପତିତ୍ବ କରିଥିଲେ । ଏଥିରେ ସାଂସଦ ଭର୍ତୃହରି ମହତାବ, ମେୟର ସୁବାସ ସିଂ, କଟକ ବାରବାଟି ବିଧାୟକ ଇଂ ମହମ୍ମଦ ମୋକିମ୍, ବିଧାୟକ ସୌଭିକ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ CDA ପକ୍ଷରୁ ବହୁ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.