ETV Bharat / state

ପାକ୍ ବିଦେଶ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ, କଟକରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

author img

By

Published : Dec 18, 2022, 7:51 AM IST

ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରି ପାକ୍ ବୈଦେଶିକ ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଥିଲା ତାହାକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଇଥିଲା । ଅଧିକ ପଢନ୍ତୁ

କଟକରେ ବିକ୍ଷୋଭ ପ୍ରଦର୍ଶନ
କଟକରେ ବିକ୍ଷୋଭ ପ୍ରଦର୍ଶନ

କଟକରେ ବିକ୍ଷୋଭ ପ୍ରଦର୍ଶନ

କଟକ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା କଟୁ ମନ୍ତବ୍ୟ ପରେ ସାରା ଭାରତ ବର୍ଷରେ ବିରୋଧ ଦେଖିବାକୁ ମିଳିଛି । ସଂଯୁକ୍ତ ରାଷ୍ଟ୍ର ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନକୁ କଡା ସମାଲୋଚନା କରିବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂସେଇ କହିବା ସହ ଆତଙ୍କବାଦୀ ନେତା ଓସାମା ବିନ୍ ଲାଡେନ୍ ସହ ତୁଳନା କରି ଅତି ଅପମାନ ଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଗତକାଲି କଟକରେ ନଗର ବିଜେପି ପକ୍ଷରୁ କଡ଼ା ବିରୋଧ ପ୍ରଦର୍ଶନ କରାଯିବା ସହ ବିଲାୱଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଦେଶର ଅଖଣ୍ଡତା ପାଇଁ ବିଜେପି ଲଢେଇ ଜାରି ରଖିବା ସହ ଏଭଳି ମନ୍ତବ୍ୟ ଦେଉଥିବା ଦେଶ ତଥା ତାଙ୍କର ନେତାଙ୍କୁ କେବେ ମାଫ କରାଯିବ ନାହିଁ ବୋଲି କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ କହିଛନ୍ତି ।

ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘର ସୁରକ୍ଷା ପରିଷଦରେ ପାକିସ୍ତାନର ମୁଖା ଖୋଲିଥିଲେ ଏସ୍ ଜୟଶଙ୍କର । ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ଜୟଶଙ୍କରଙ୍କ ମନ୍ତବ୍ୟରେ ଭାରତ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରୟୋଗ କରିଥିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ(Pakistan Foreign Minister Bilawal Bhutto) । ଭାରତକୁ ଜବାବ ଦେବାକୁ ଯାଇ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଆକ୍ଷେପ କରିଥିଲେ । ସେ କହିଥିଲେ, ''ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ଏବେ ମୃତ । ହେଲେ ଗୁଜୁରାଟର କଂସେଇ ଏବେ ବି ଜୀବିତ(butcher of Gujarat lives) ଏବଂ ସେ ଏବେ ଭାରତର ପ୍ରଧାନମନ୍ତ୍ରୀ ।'' ପାକ୍ ମନ୍ତ୍ରୀଙ୍କ ଏପରି ଆଶାଳୀନ ମନ୍ତବ୍ୟକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଭାରତରେ ଝଡ ସୃଷ୍ଟି ହୋଇଥିଲା ।

ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରି ପାକ୍ ବୈଦେଶିକ ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଥିଲା ତାହାକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଇଛି । ଶନିବାର ବିଜେପି ପକ୍ଷରୁ କଟକରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ ଧରି ପାକିସ୍ତାନ ହାଏ ହାଏ ଓ ବିଲାୱଲ ଭୁଟ୍ଟୋ କ୍ଷମା ମାଗ ବୋଲି ନାରାବାଜି କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.