ETV Bharat / state

2024 ପାଇଁ ପାଗଭିଡ଼ା, ବାରବାଟୀରେ ବିଜେଡିର ସମର ସଜା

କଟକ ବାରବାଟୀରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଫୁଙ୍କିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଅଧିକ ପଢ଼ନ୍ତୁ

bjd executive meeting
ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ
author img

By

Published : Jul 21, 2023, 5:27 PM IST

ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

କଟକ: 2024 ନିର୍ବାଚନ ପୂର୍ବରୁ କଟକ ବାରବାଟୀରେ ବିଜେଡିର ସମର ସଜା । ବାରବାଟୀରେ ପୁଣି ଶଙ୍ଖର ବିଜୟ ଧ୍ଵନି ବାଜିବ ସେନେଇ ଗୁରୁମନ୍ତ୍ର ଫୁଙ୍କିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଆଜି କଟକ ବାରବାଟୀ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ପ୍ରଫୁଲ ମଲ୍ଲିକଙ୍କ ସମେତ ସମସ୍ତ ଦଳୀୟ କର୍ମୀ ନେତା ଯୋଗ ଦେଇଥିଲେ ।

ଆସନ୍ତା 2024 ନିର୍ବାଚନରେ ଜିଲ୍ଲାର ସମସ୍ତ ସିଟ୍‌ ଉପରେ କିପରି ଦଳ ବିଜୟ ହାସଲ କରିବ ଓ ଷଷ୍ଟଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ଜିଲ୍ଲାର ଭୂମିକା ରହିବ ସେନେଇ କର୍ମକତ୍ତାଙ୍କୁ ଗୁରୁମନ୍ତ୍ର ଦିଆଯାଇଥଲା । ଦଳର ପ୍ରତିଟି କାର୍ଯ୍ୟକ୍ରମ ତଥା ସରକାରଙ୍କ ଯୋଜନାର ବହୁଳ ପ୍ରଚାର ଯେପରି ସୋସିଆଲ ମିଡ଼ିଆରେ ହୋଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ଦେବାଶିଷ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏନେଇ ଦେବାଶିଷ ସାମନ୍ତରାୟ କହିଛନ୍ତି, "ବାରବାଟୀ କଟକରେ ଦଳୀୟ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ମୁଖ୍ୟମନ୍ତ୍ରୀ ଯେପରି ଭାବରେ ପୁରୀ ପରେ କଟକର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି ତାହାକୁ ସହରବାସୀ ଗ୍ରହଣ କରିଛନ୍ତି । ତାଙ୍କରି ହାତମୁଠାକୁ ମଜଭୁତ କରିବା ପାଇଁ ଏଠାରେ ବିଜେଡି ବିପୁଳ ବିଜୟ ହାସଲ କରିବ ।"

ଏହା ମଧ୍ୟ ପଢ଼ନ୍ତୁ: ଫୋକସରେ 2024 ନିର୍ବାଚନ, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରମିଳା

ବିଶେଷ କରି କଟକ ସହରର ପ୍ରତି ଓ୍ବାର୍ଡରେ କିଭଳି ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଚିଠା ପହଞ୍ଚି ପାରିବ ସେଥିପାଇଁ ଦଳୀୟ କର୍ମୀମାନେ ପ୍ରୟାସ ଆରମ୍ଭ କରିଛନ୍ତି । ଏହାସହ ସୋସିଆଲ ମିଡିଆରେ ଜିଲ୍ଲା ପାଇଁ ରାଜ୍ୟ ସରକାର କଣ ପ୍ରତିଶ୍ରୁତି ଦେଇଥିଲେ ଓ କଣ କରିଛନ୍ତି, ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଆସନ୍ତା ନିର୍ବାଚନରେ ଯେଭଳି ୯ଟି ବିଧାନସଭା ଆସନ ଓ କଟକ ଲୋକସଭା ଆସନରେ ବିଜୟଲାଭ କରିବ ସେଥିପାଇଁ ଆଜିଠାରୁ ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଛି । ଗତ ନିର୍ବାଚନରେ ବିଜେଡି ଜିଲ୍ଲାରେ ବେଶ ଭଲ ପଦର୍ଶନ କରିଥିଲା । ବାରବାଟୀ ନିର୍ବାଚନ ମଣ୍ଡଳୀରେ ଦେବାଶିଷଙ୍କୁ ହରାଇ ମୋକିମ ବିଧାୟକ ଆସନ ବାଜିମାତ କରିଥିଲେ । ତେବେ ଗତ କିଛି ବର୍ଷ ମଧ୍ୟରେ ଏହି ଆସନ ପାଇଁ ଦଳ ତାର ସବୁ ବ୍ଲୁ ପ୍ରିଣ୍ଟ କରି ସାରିଛି । ତେଣୁ ଦଳ ନିଶ୍ଚୟ ଆଗମୀ ନିର୍ବାଚନରେ ସବୁ ଆସନରେ ବାଜିମାତ କରିବ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି । ଆୟୋଜିତ ବୈଠକରେ ମେୟର ସୁବାଷ ସିଂହ, ବରିଷ୍ଠ ନେତା ମଧୁସୁଦନ ସାହୁ, ସମ୍ପାଦକ ବିଶ୍ୱଜିତ ମହାନ୍ତି, ସଭାନେତ୍ରୀ ସମ୍ପତି ମୋଡା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.