କଟକ: ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ଆଜି ହାଇକୋର୍ଟରେ ମହଲତ ମାଗିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଜବାବ ଦାଖଲ ପାଇଁ କୋର୍ଟକୁ ଅତିରିକ୍ତ ସମୟ ମାଗିଛନ୍ତି ବିଧାୟକ ।
ତେବେ କୋର୍ଟ ବିଧାୟକଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତା ଅକ୍ଟୋବର 25 ପର୍ଯ୍ୟନ୍ତ ମହଲତ ଦେଇଛନ୍ତି । ଆସନ୍ତା ଅକ୍ଟୋବର 25ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଯୋଗ୍ୟ ନିର୍ବାଚନ ସମୟରେ ଭୁଲ ସତ୍ୟପାଠ ଦେଇଥିବା ଅଭିଯୋଗ କରି ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ