ETV Bharat / state

ମହାନଦୀରେ ଦ୍ବିତୀୟ ବନ୍ୟା: ହୁଳୁହୁଳା ପୋଲ ଉପରେ 3 ଫୁଟର ପାଣି, ଜଳବନ୍ଦୀ ବାଙ୍କୀବାସିନ୍ଦା - ଫୁଲୁଛି ମହାନଦୀ

ମହାନଦୀର ଉପର ମୁଣ୍ଡ ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ବାରା ମହାନଦୀ ଫୁଲୁଛି । 2ୟ ଥର ପାଇଁ ମହାନଦୀରେ ବନ୍ୟା ପରିସ୍ଥିତି ଉପୁଜିଥିବାବେଳେ ଜଳବନ୍ଦୀ ହୋଇପଡିଛନ୍ତି ବାଙ୍କୀବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 9, 2019, 11:47 AM IST

କଟକ: ମହାନଦୀରେ ଦ୍ବିତୀୟ ବନ୍ୟା । ବାଙ୍କୀ ଘୋଡାବର ନିକଟ ହୁଳୁହୁଳା ପୋଲ ଉପରେ ପ୍ରବାହିତ ହେଉଛି 3ଫୁଟର ବନ୍ୟା ଜଳ । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଭୟର ବାତାବରଣ ଛାଇ ରହିଛି । ରତାଗଡ ସୁବର୍ଣ୍ଣପୁର ଭଳି 6ଟି ପଞ୍ଚାୟତରେ ଏବେ ଗମନାଗମନ ଠପ୍ ହୋଇପଡିଛି । ଉପର ମୁଣ୍ଡା ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ମହାନଦୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ହୁଳୁହୁଳା ପୋଲଟି ମହାନଦୀ କଡରେ ତଥା ନୀଚ ସ୍ଥାନରେ ହୋଇଥିବା ଯୋଗୁଁ ବାରମ୍ବାର ଏଭଳି ବନ୍ୟାଜଳ ପୋଲ ଉପରେ ମାଡି ଯାଉଛି । ଫଳରେ ଯାତାୟାତକୁ ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟବାସୀ । ସେପଟେ ଏହି ପୋଲକୁ ଉଚ୍ଚା କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଥିବାର ଅଭିଯୋଗ ହୋଇଛି ।

ଏପରିକି ସ୍କୁଲ ଠାରୁ ଆରମ୍ଭ କରି ମେଡିକାଲ ଯିବା ବାଧାପ୍ରାପ୍ତ ହେଉଛି । ଆଉ ଏହା ଦ୍ବାରା ବ୍ୟାପକ ଫସଲ ନଷ୍ଟ ହେବା ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: ମହାନଦୀରେ ଦୁତୀୟ ବନ୍ୟା ।ବାଙ୍କୀ ଘୋଡ଼ାବର ନିକଟ ହୁଳୁ ହୁଳା ପୋଲ ଉପରେ ତିନିଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ।ସ୍ଥାନୀୟ ଲୋକେ ଭୟଭୀତ ।ରତାଗଡ ସୁବର୍ଣ୍ଣପୁର ଆଦି 6 ଟି ପଞ୍ଚାୟତ ଲୋକଙ୍କ ଗମନାଗମନ ଠପ୍ । ପୋଲଟି ମହାନଦୀ କଡରେ ତଥା ନୀଚ ସ୍ଥାନରେ ହୋଇଥିବା ଯୋଗୁଁ ବାରମ୍ବାର ଏଭଳି ବନ୍ୟାଜଳ ହୁଳୁ ହୁଳା ପୋଲ ଉପରେ ପ୍ରବାହିତ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏହି ପୋଲକୁ ଉଚା କରାଯିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।ଫଳରେ ବର୍ଷା ଦିନରେ ଯିବାଆସିବା ରେ ଅନେକ ଅସୁବିଧା ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।ଏପରିକି ସ୍କୁଲ ଠାରୁ ଆରମ୍ଭ କରି ମେଡିକାଲ ଯିବା ସହିତ ବ୍ୟାପକ ଫସଲ ନଷ୍ଟ ହେବାନେଇ ବହୁ ଅସୁବିଧା ସୃଷ୍ଟି ହେଉଛି। ତେଵେ ଏହି ପୋଲଟି ଉଚା କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.