ବ୍ରହ୍ମପୁର/କଟକ: ନବ ଦାସ ହତ୍ୟକାଣ୍ଡ ଘଟଣା। ନବଦାସ ଙ୍କୁ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଅତି ନିକଟରୁ ଗୁଳି ଚଳାଇଥିବା ଏ.ଏସ୍.ଆଇ ଗୋପାଳ ଦାସଙ୍କ ଆଙ୍କୁଲି ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ତିନି ଦିନ ଧରି ପୁଣି କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମପୁର ରେ ତନାଘନା ଜାରି ରହିଛି। ଗତକାଲି ଜଳେଶ୍ବରପୁର ସ୍ଥିତ ପୈତୃକ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ପଚାରାଉଚରା କରିବା ପରେ ଗୋପାଳ ଦାସଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ।
ଏପରିକି ଗତକାଲି ଠାରୁ ସତ୍ୟନାରାୟଣ ଙ୍କୁ ଜେରା କରାଯାଉଥିଲା । ଏଥି ସହ ଗୋପାଳଙ୍କ ପକ୍ଷରୁ ଝାରସୁଗୁଡ଼ା ଠାରେ କରାଯାଇଥିବା ବ୍ରହ୍ମପୁର ହୋଟେଲ ପରିଚାଳନା କରୁଥିବା ବଡ଼ଭାଇ ସତ୍ୟନାରାୟଣ ସମେତ ସେଠାକାର ହୋଟେଲରେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିବା ପରେ ଛାଡି ଦେଇଥିବା ଜଣାପଡିଛି। ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ଆଙ୍କୁଲି ବାସ ଭବନ ରେ ଦୁଇଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି । ଆଙ୍କୁଲି ଘରେ ଭିତରେ ଏ.ଏସ୍.ଆଇ ଗୋପାଳ ଦାସ ଙ୍କ ପତ୍ନୀ ଜୟନ୍ତୀ ଏବଂ ତାଙ୍କ ପୁତୁରା ରହିଛନ୍ତି ।
ସେହିପରି ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ 4 ଦିନିଆ ରିମାଣ୍ଡ ରେ ଆଣି ତନାଘନା କରୁଛି କ୍ରାଇମବ୍ରାଞ୍ଚ । ମନ୍ତ୍ରୀ ବ୍ୟବହାର କରିଥିବା ଗାଡି କୁ ସାଇଣ୍ଟିଫିକ ଟିମ ଦ୍ୱାରା ଯାଞ୍ଚ କରାଯାଉଛି। ସବୁଠାରୁ ବଡ଼ କଥା ହେଉଛି ଗୋପାଳ ର ମେଡିକାଲ ଚିକିତ୍ସା ସମ୍ବନ୍ଧୀୟ କୁ ତନାଘନା କରାଯାଉଛି। ସେହିପରି ଅର୍ଥ କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ବିଶେଷକରି ତାର ଟଙ୍କା କାରବାର ବିଗତ ଦିନ ମାନଙ୍କରେ ସେହିଭଳି କିଛି କରାଯାଇଛି କି ! ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ସେହିପରି କ୍ରାଇମବ୍ରାଞ୍ଚ ର ଆଉ ଗୋଟିଏ ଟିମ ମନ୍ତ୍ରୀଙ୍କ ସହଯୋଗୀ ତଥା ଘଟଣାସ୍ଥଳ ରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାର କୁ ନେଇ ତଥ୍ୟ ସଂଗ୍ରହ କରୁଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ଘଟଣାସ୍ଥଳ ରେ ରହି ଏହି ସମସ୍ତ ତଦନ୍ତ ର ତଦାରଖ କରୁଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଘଟଣାର ତଦନ୍ତ ପାଇଁ ଗତକାଲି ଆହୁରି ଗୋଟିଏ ଟିମ ଘଟଣାସ୍ଥଳ କୁ ଯାଇଥିଲା। ୮ ବଛା ବଛା ଦକ୍ଷ ଅଧିକାରୀ ଙ୍କୁ ଏହି ଟିମରେ ରଖାଯାଇଛି। ଡ଼ିଏସପି ବାସୁଦେବ ଭୂୟାଁ ଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ଟିମ ତଦନ୍ତ ରେ ସହଯୋଗ କରିବେ। ଏପରିକି ଅଭିଯୁକ୍ତ କୁ ପରୀକ୍ଷା ନିରୀକ୍ଷା କରିବେ ଏହି ଟିମ। କ୍ରାଇମବ୍ରାଞ୍ଚ ର ଅତିରିକ୍ତ ଡିଜି ସମସ୍ତ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି। ଘଟଣା ଘଟିଥିବା ସ୍ଥଳରେ ଥିବା ସିସିଟିଭି କୁ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି ।
ସେହିପରି ମନ୍ତ୍ରୀ ବ୍ୟବହାର କରିଥିବା ଗାଡି କୁ ମଧ୍ୟ ଯାଞ୍ଚ କରାଯାଇଛି। ଏହା ପ୍ରମାଣ ସଂଗ୍ରହ କରିବାରେ ସହାୟତା କରିବ। କେବଳ ସେତିକି ନୁହେଁ ଘଟଣାସ୍ଥଳ ରୁ ଉପଯୁକ୍ତ ପ୍ରମାଣ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଫାରୋ 3D ସ୍କାନର ବ୍ୟବସ୍ଥା କରାଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର ଷ୍ଟେଟ ଫରେନସିକଲ୍ୟାବ ଟିମ୍ ବ୍ରଜରାଜନଗରରେ ତଦନ୍ତ କରୁଛି।ପ୍ରତ୍ୟକ୍ଷଦର୍ଶୀ ଓ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରାଯାଇଥିବା ସୂଚନା ମିଳିଛି।ଘଟଣା ସ୍ଥଳରୁ ତଦନ୍ତକାରୀ ଟିମ୍ କିଛି ପ୍ରମାଣ ସଂଗ୍ରହ କରିଥିବା ଜଣାପଡିଛି।ତେବେ ଏହି ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ, ଗୁଳି ଓ ଗୋପାଳ ଦାସଙ୍କ ମୋବାଇଲ୍ କୁ ଜବତ କରାଯାଇଛି।ଜବତ ହୋଇଥିବା ସାମଗ୍ରୀ ଗୁଡିକୁ ଟେଷ୍ଟ କରିବାକୁ ଗତକାଲି ବାଲିଷ୍ଟିକ୍ ଲାବ୍ କୁ ପଠାଯାଇଛି।ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ୍ ଟିମ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରୁଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ,ବ୍ରହ୍ମପୁର/କଟକ