କଟକ: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି । ସଂକ୍ରମଣ ରୋକିବା ପାଇଁ ସ୍ଥିତିର ସମୀକ୍ଷା କରିଛନ୍ତି କଟକ କୋଭିଡ ପର୍ଯ୍ୟବେକ୍ଷକ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜନ ହୋଇଥିବା ଏହି ସମୀକ୍ଷା ବୈଠକରେ ପୋଲିସ କମିଶନର, କଟକ ଜିଲ୍ଲାପାଳ, କଟକ ଡିସିପି, ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, ଏସସିବି ପ୍ରିନ୍ସପାଲ, ସୁପରିଟେଣ୍ଡେଣ୍ଟ, ସିଡ଼ିଏମଓଙ୍କ ସମେତ ଅନେକ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
ସହରରେ ଦୈନିକ ଅଧିକରୁ ଅଧିକ ଟେଷ୍ଟିଂ କରିବା ଉପରେ ଆଲୋଚନା କରାଯାଇଥିଲା । ସୋମବାର ଗୋଟିଏ ଦିନରେ ୩ ହଜାର ୮ ଶହ କୋରୋନା ଟେଷ୍ଟିଂ କରାଯାଇଥିଲା ବେଳେ ଏଣିକି ପ୍ରତ୍ୟେକ ଦିନ ୪ ହଜାର ଟେଷ୍ଟିଂ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ସହରରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ କହିଛନ୍ତି । ଅନ୍ୟପଟେ କଟକ ଜିଲ୍ଲାପାଳ କହିଛନ୍ତି କଟକରେ ଗତ ସପ୍ତାହ ତୁଳନାରେ ସଂକ୍ରମଣର ହାର କମ ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ