କଟକ: ରେଳ ଷ୍ଟେସନରେ କୋଭିଡ଼ କଟକଣା କଡାକଡି । ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଟେଷ୍ଟ କରାଯାଉଛି । ତେବେ ମାସ୍କ ସହ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ରଖାଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ରେଳ ଷ୍ଟେସନରେ କୋଭିଡ କଟକଣା କଡାକଡି ଭାବେ ପାଳନ କରାଯାଉଛି । ବାହାର ରାଜ୍ୟରୁ ଷ୍ଟେସନକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଏଥିସହ ଷ୍ଟେସନରେ ମାସ୍କ ଓ ସାନିଟାଇଜ ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରାଯାଉଛି । ତେଣୁ ଏହି ପ୍ରରିପ୍ରେକ୍ଷୀରେ ଉଭୟ ଜିଆରପି ଓ ଆରପିଏଫ ପକ୍ଷରୁ ଲୋକଙ୍କୁ କରାଯାଉଛି ସଚେତନ । କିପରି କୋଭିଡକୁ ରୋକାଯାଇ ପାରିବ ତାହା ଉପରେ ଫୋକସ କରୁଛି ଇଷ୍ଟ କୋଷ୍ଟ ରେଳବାଇ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ