କଟକ: ସିଲଭର ସିଟି ନାବାଳିକାକୁ ଦୁର୍ବ୍ୟବହାର ମାମଲା ସାମନାକୁ ଆସିଛି । ଜୋବ୍ରା ମଝି ସାହିର ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । 41 ନମ୍ବର କର୍ପୋରେଟର ଏପରି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା ।
ଏନେଇ ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଛି । ଉକ୍ତ ନାବାଳିକା ଜଣକ କର୍ପୋରେଟରଙ୍କ ଘରକୁ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର କାମରେ ଯାଇଥିଲେ । ତାଙ୍କୁ ଏକୁଟିଆ ପାଇ ର୍ଦୁବ୍ୟବହାର କରିଥିଲେ କର୍ପୋରେଟର ।
ତେବେ ଏହି ଘଟଣାରେ ଶୀଘ୍ର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ