କଟକ: ପୁଣି କଟକକୁ ଫେରିଲା କୋରୋନା । ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନର 12 ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କୁ ହଷ୍ଟେଲ ଆଇସୋଲେସନରେ ରଖାଯାଇଛି । ତେବେ ସମ୍ପୃକ୍ତ ଘରୋଇ ହଷ୍ଟେଲରେ ପ୍ରାୟ 80 ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ ଗତକାଲି(ବୁଧବାର) 50 ଜଣଙ୍କ ସାମ୍ପୁଲ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଗତକାଲି 12 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ବାକିଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ସମ୍ପୁଲ ସଂଗ୍ରହ କରାଯିବ । ଏନେଇ ସିଏମସି ପକ୍ଷରୁ ସୂଚନା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ