ETV Bharat / state

ସିଲଭରସିଟିକୁ କୋରୋନାର ନଜର, ସିଏମସିରୁ 310 ପଜିଟିଭ ଚିହ୍ନଟ

author img

By

Published : Aug 25, 2020, 8:31 AM IST

ସିଲଭର ସିଟିରେ ବଢିବାରେ ଲାଗିଛି କୋରୋନା ପ୍ରକୋପ । ଏମିତିରେ କଟକ ମହାନଗର ନିଗମରେ ସର୍ବାଧିକ 310ଟି କୋରୋନା ମାମଲା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

corona in cuttack, cuttack latest news, corona update in cuttack, corona cases in cmc, କଟକରେ କୋରୋନା, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ କୋରୋନା ଅପଡେଟ, ସିଏମସିରେ କୋରୋନା
ସିଲଭରସିଟିକୁ କୋରୋନାର ନଜର, ସିଏମସିରୁ 310 ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟିରେ ବଢିବାରେ ଲାଗିଛି କୋରୋନା ପ୍ରକୋପ । ଏମିତିରେ କଟକ ମହାନଗର ନିଗମରେ ସର୍ବାଧିକ 310ଟି କୋରୋନା ମାମଲା ଚିହ୍ନଟ ହୋଇଛି । ସେଥିରୁ 144 ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 50ଜଣ ଶିକ୍ଷାନୁଷ୍ଠାନରେ ଥିବା କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ସେପଟେ 105 ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ 11 ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଚାଉଳିଆଗଞ୍ଜ ନୂଆ ନିମ୍ବସାହି କଣ୍ଟେନମେଣ୍ଟ ଜୋନ ମଧ୍ୟରୁ ଚିହ୍ନଟ ହୋଇଛନ୍ତି । ତେବେ ସଦ୍ୟ ଚିହ୍ନଟ ଏହି ଆକ୍ରାନ୍ତଙ୍କୁ ନେଇ ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ 352 8 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 2113 ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେପଟେ 20 ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

ସେହିପରି 1395 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସୋମବାର କଟକ ସହରରେ ଜଣେ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.