ETV Bharat / state

ମୋଦି-ଆଦାନୀ ସମ୍ପର୍କ, ଆସନ୍ତା 13ରେ ରାଜଭବନ ଘେରିବ କଂଗ୍ରେସ

author img

By

Published : Feb 23, 2023, 9:52 AM IST

ରାଜ୍ୟରେ ଆଦାନୀ ଝଡ଼ । 6 ତାରିଖ କଟକ ଏଲଆଇସି ଅଫିସ ଘେରାଉ ସହ ଆଗାମୀ 13 ତାରିଖରେ ରାଜଭବନ ଘେରିବ କଂଗ୍ରେସ । ଅଧିକ ପଢ଼ନ୍ତୁ

ରାଜ୍ୟରେ ଆଦାନୀ ଝଡ଼
ରାଜ୍ୟରେ ଆଦାନୀ ଝଡ଼
ରାଜ୍ୟରେ ଆଦାନୀ ଝଡ଼, 13 ରେ ରାଜଭବନ ଘେରିବ କଂଗ୍ରେସ

କଟକ: ଆଦାନୀ ସ୍କାମ ନେଇ ନେଇ ତୀବ୍ର ବିରୋଧ ଜାରି ରଖିଛି କଂଗ୍ରେସ । ଆସନ୍ତା 6 ତାରିଖ କଟକ ଏଲଆଇସି ଅଫିସ ଘେରାଉ ସହ ଆଗାମୀ 13 ତାରିଖରେ ରାଜଭବନ ଘେରିବ କଂଗ୍ରେସ । ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ଏସବିଆଇ, ଏଲଆଇସିକୁ ମାଧ୍ୟମ କରି ଗରିବ ଲୋକଙ୍କ ଟଙ୍କା ଲୁଟିବାରେ ବ୍ୟସ୍ତ ଆଦାନୀ ବୋଲି ଦଳ କହିଛି ।

ଗୁଜୁରାଟର କିଛି ହାତ ଗଣତି ବ୍ୟବସାୟୀଙ୍କୁ ଲାଭବାନ କରିବା ପାଇଁ ଯେଉଁ ଲକ୍ଷ ରଖିଛନ୍ତି କେନ୍ଦ୍ରରେ ଥିବା ବିଜେପି ସରକାର ତାହାକୁ ଆଉ ବରଦାସ୍ତ କରଯିବନି । ଆମେରିକାର ଗବେଷଣା ସଂସ୍ଥା ହିଣ୍ଡନବର୍ଗ ଯେଉଁ ବଡ଼ ଖୁଲାସା କରିଛି ସେଥିରେ ଆଦାନୀଙ୍କ ପ୍ରକୃତ ଚିତ୍ର ସାମ୍ନାକୁ ଆସି ଯାଇଛି ବୋଲି କଟକ ନଗର କଂଗ୍ରେସ ସଭାପତି କହିଛନ୍ତି ।

ତେବେ ଏହି ପରି ଭାବରେ ରାଜ୍ୟର କୋଣଅନୁକୋଣରୁ ହଜାର ହଜାର କଂଗ୍ରେସ କର୍ମୀ ରାଜଭବନ ଘେରିବେ ଯାହା ଦ୍ୱାରା ଲୋକ ମାନେ ଉଚିତ ନ୍ୟାୟ ପାଇବେ ବୋଲି ଆଶା ଉଜ୍ଜୀବିତ ହେବ ବୋଲି କହିଛନ୍ତି ନଗର କଂଗ୍ରେସ ସଭାପତି । ତେବେ ଗତ ମଙ୍ଗଳବାର ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ଢ଼ଙ୍ଗରେ ସ୍ୱର ଉତ୍ତୋଳନ କରାଯାଇଥିଲା। ଜିଲ୍ଲା ସଭାପତି ମାନସ ଚୌଧୁରୀ କହିଥିଲେ, ‘ଦେଶକୁ ଲୁଟିବାରେ ବ୍ୟସ୍ତ ଆଦାନୀ ’। ଆଉ ବର୍ତ୍ତମାନ ପୃଥିବୀର ବଡ଼ ଠକେଇ ହେଉଛି ଆଦାନୀ ଠକେଇ । ଏହି ଲୁଟରେ ସହଭାଗୀତାରେ ଅଛନ୍ତି କେନ୍ଦ୍ରର ବିଜେପି ସରକାର।

ମୋଦିଙ୍କ ଦୁଇ ବନ୍ଧୁ ଆଦାନୀ ଓ ଅମ୍ବାନୀଙ୍କ ହାତରେ ବର୍ତ୍ତମାନ ଦେଶର ସବୁ ଦିଗକୁ ନ୍ୟସ୍ତ କରିଦେଲେଣି କେନ୍ଦ୍ର ସରକାର। ଏପରିକି ପାର୍ଲିଆମେଣ୍ଟରେ ପ୍ରଶ୍ନ ପଚାରିବାକୁ ଦିଆଯାଉନି ଓ ପଚାରିଲେ ମଧ୍ୟ ତାହାକୁ କାଟି ଦିଆଯାଇଛି । ତେବେ ଏହି ବଡ଼ ସ୍କାମକୁ ଜେପିସି ତଦନ୍ତ କରାଯାଉ ବୋଲି ଦାବି କରିଥିଲା ଜିଲ୍ଲା କଂଗ୍ରେସ । ଯାହାଦ୍ୱାରା ସବୁ କିଛି ସ୍ପଷ୍ଟ ହୋଇଯିବ । ଯେପରି ଭାରତ ବର୍ଷକୁ ଲୁଟ କରାଯାଉଛି ତାହାର ଉଚିତ୍‌ ଦିଗ ଜାଣି ପାରିବେ ସାଧାରଣ ଜନତା । ତେବେ ନିର୍ବାଚନରେ ଟଙ୍କା ଫିଙ୍ଗି ଭୋଟ ହାତେଇବା ଗଣତାନ୍ତ୍ରିକ ନିୟମକୁ ଭଙ୍ଗ କରୁଛି ବୋଲି ଦାବି କରିଛି କଂଗ୍ରେସ । 2014 ମସିହାରେ ବିଜେପି ସରକାର ଆସିବା ପରେ ଗୌତମ ଆଦାନୀ ଧନୀ ତାଲିକାରେ 609 ରହିଥିଲା ।

କେଵଳ ସାଧାରଣ ଲୋକଙ୍କ ଟଙ୍କାକୁ ଚଳୁ କରିବାରେ ବ୍ୟସ୍ତ ଏହି ଦୁଇ ଆଦାନୀ ଓ ବିଜେପି ସରକାର ବୋଲି ମଧ୍ୟ କହିଛି କଂଗ୍ରେସ । ମୋଦି ଆଦାନୀ ସମ୍ପର୍କ କାହାକୁ ଅଛପା ନାହିଁ । ଆଜି ପର୍ଯ୍ୟନ୍ତ ଯେତେ ନିର୍ବାଚନ ଯେଉଁଟି ବି ହୋଇଛି ସବୁଠି ମୋଦି ଆଦାନୀଙ୍କ ଉଡାଜାହାଜ ବ୍ୟବହାର କରନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । କଂଗ୍ରେସ ଦଳ ଭାରତ ବର୍ଷର ସ୍ୱାର୍ଥ ରକ୍ଷା କରିବା ପାଇଁ ଓ ଦେଶର ସମ୍ପତ୍ତିକୁ ରକ୍ଷା କରିବା ପାଇଁ ଲୋକଙ୍କ ସହ ମିଶିକି ଲଢେଇ କରୁଛି । ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଆର୍ଥିକ ସ୍ଥିତି ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୀତି ଆଦି ବର୍ତ୍ତମାନ ଦେଶରେ ଦୃଷ୍ଟି ଗୋଚର ହେଉଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.