କଟକ: ଆସୁଛି ପାଵର୍ଣ ଋତୁ । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସିଲଭରସିଟି । କିନ୍ତୁ ବର୍ତ୍ତମାନ କଟର ସହରର ସ୍ଥିତି ଯାହା ରହିଛି, ତାହା ନକହିବା ହିଁ ଭଲ । ରାସ୍ତା ଘାଟର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡି ରହିଛି । ଲୋକ ଯିବା ଆସିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବେଫିକର ହୋଇ ଶୋଇଛି ସିଏମସି । ଏହାକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।
ଆଉ କେଇଟା ଦିନ ପରେ ଦୁର୍ଗାପୂଜାକୁ ନେଇ ଝଲସି ଉଠିବ କଟକ ସହର । ହେଲେ ନା ଏଯାଁଏ ସୁଧୁରୁଛି ରାସ୍ତା ଘାଟ ସମସ୍ୟା ନା ସୁଧୁରୁଛି ଡ୍ରେନ, ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା । ଯାହାକୁ ନେଇ ଲୋକେ ଆତଙ୍କୀତ ଅବସ୍ଥାରେ ଥିବାବେଳେ କେବେ ଏହି ସବୁ ସମସ୍ୟା ସୁଧୁରିବ ଜବାବ ମାଗିବା ସହ ଏନେଇ ସିଏସସି ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ଦାବି କରିଛି କଂଗ୍ରେସ ।
ଏଭଳି ସ୍ଥିତି ଯଦି ଆଗକୁ ରହେ, ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁଙ୍କ ସ୍ଥିତି ଯାହା ହେବ ତାହା ସ୍ପଷ୍ଟ ହୋଇ ବାରି ହୋଇପଡୁଛି । ଅନ୍ୟପଟେ ରାସ୍ତାଘାଟ କାମ ଚଳିତମାସ 25 ସୁଦ୍ଧା ଶେଷ ହେବା ନେଇ ସ୍ପଷ୍ଟ କରିଛନ୍ତି ବିଭାଗୀୟ ଯନ୍ତ୍ରୀ । ତେବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଏହିସବୁ କାମରେ ସାମାନ୍ୟ ବିଳମ୍ବ ହେଉଛି । ମାତ୍ର କିଛଦିନ ମଧ୍ୟରେ ଏହାର ସମାଧନ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ