ETV Bharat / state

ପୁଣି ପଦାରେ ପଡ଼ିଲା ଦଳୀୟ କନ୍ଦଳ, ଝାରସୁଗୁଡାରେ କଂଗ୍ରେସର ପତନ ପାଇଁ ଷଡ଼ଯନ୍ତ୍ର ହୋଇଛି କହିଲେ ସୁରେଶ

author img

By

Published : May 9, 2023, 8:40 PM IST

ପୁଣି ପଦାରେ ପଡ଼ିଲାଣି କଂଗ୍ରେସର ପୁରୁଣା ରୋଗ । ଗତକାଲି ଜୟଦେବ ଭବନରେ ଏକ ବୈଠକର ଆୟୋଜନ କରି କିଛି ନେତା ନିଜ ଦଳର ଦୋଷ ଦୁର୍ବଳତାକୁ ସର୍ବସମ୍ମୁଖରେ ବଖାଣିଥିଲେ । ତେବେ ଝାରସୁଗୁଡ଼ାରେ କଂଗ୍ରେସକୁ ହରାଇବା ପାଇଁ ଏହି ସଭା ପ୍ରାୟୋଜିତ ଥିଲା ବୋଲି ଅଭିଯୋଗ କରିଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ଅଧିକ ପଢ଼ନ୍ତୁ

ଝାରସୁଗୁଡାରେ କଂଗ୍ରେସର ପତନ ପାଇଁ ଷଡ଼ଯନ୍ତ୍ର ହୋଇଛି କହିଲେ ସୁରେଶ

କଟକ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କଂଗ୍ରେସର ଦଳୀୟ କନ୍ଦଳ । ଗତକାଲି ଜୟଦେବ ଭବନରେ କଂଗ୍ରେସର ଏକ ବୈଠକରେ କିଛି କଂଗ୍ରେସ ନେତା ଖୋଦ୍ ନିଜ ଦଳର ଦୋଷ ଦୁର୍ବଳତାକୁ ସର୍ବସମ୍ମୁଖରେ ବଖାଣିଥିଲେ । ଏହି ବୈଠକ ପ୍ରସଙ୍ଗରେ ଆଜି କଟକ ନଗର କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବୈଠକଟି ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ ଥିଲା ବୋଲି କହିଛନ୍ତି ପିସିସି କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ।

ସୁରେଶ ମହାପାତ୍ର କହିଛନ୍ତି, "ବାରବାଟୀ କଟକ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ ଓ ତାଙ୍କ ଭଳି କିଛି କଂଗ୍ରେସ ନେତା ଏଭଳି ସଭାର ଆୟୋଜନ କରି ଜାଣିଶୁଣି ସେଠାରେ କଂଗ୍ରେସ ଓ କଂଗ୍ରେସ ନେତୃତ୍ବକୁ ସମାଲୋଚନା କରିଥିଲେ । ଏଭଳି କରି ଏହି କଂଗ୍ରେସ ନେତା ମାନେ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ସମ୍ଭାବନାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଝାରସୁଗୁଡ଼ାରେ କଂଗ୍ରେସ ଜିତିବାର ସମ୍ଭାବନା ଥିଲା, ମାତ୍ର ଏଭଳି କିଛି କଂଗ୍ରେସ ନେତା ସେ ସମ୍ଭାବନାକୁ ଧୂଳିସାତ କରିବାକୁ ଚେଷ୍ଟା କରିଛନ୍ତି ।" ଏ‌ହିଭଳି କିଛି ନେତା କଂଗ୍ରେସରେ ଥାଇ କଂଗ୍ରେସକୁ ତଳିତଳାନ୍ତ କରିବାକୁ ବାରମ୍ବାର ଯୋଜନା କରୁଥିବା ସୁରେଶ ମହାପାତ୍ର କହିଛନ୍ତି । ତେବେ ଝାରସୁଗୁଡା ନିର୍ବାଚନରେ କଂଗ୍ରେସକୁ ଧୂଳିସାତ କରିବାକୁ ଏହା ଏକ ଚକ୍ରାନ୍ତ ଏବଂ ସରକାରୀ ଦଳ ପ୍ରୋତ୍ସାହନରେ ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟକ୍ରମ ବୋଲି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ।

ସେ ଆହୁରି କହିଛନ୍ତି, "କଂଗ୍ରେସର ପୁରୁଖା ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବସନ୍ତ ବିଶ୍ବାଳଙ୍କ ନୀତି ଆଦର୍ଶ ଆଳରେ କଂଗ୍ରେସକୁ ଧୂଳିସାତ କରାଯିବାକୁ ଉଦ୍ୟମ ହୋଇଛି । ଏଥିରେ ଯିଏ ଆୟୋଜକ ଥିଲେ ଓ ଭାଗ ନେଇଥିଲେ ସେମାନେ ଝାରସୁଗୁଡା ନିର୍ବାଚନରେ କଂଗ୍ରେସର ପତନ ଆଶା ରଖି ଏଭଳି ହୀନ ମାନସିକତା ଦେଖାଇଛନ୍ତି । ଯେଉଁମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେମାନେ ବିଗତ ଦିନରେ ଦଳରେ ବହୁ ପଦପଦବୀରେ ଥିଲେ । ବର୍ତ୍ତମାନ ପଦ ପଦବୀ ହରାଇବା ପରେ ଏଭଳି ହୀନ କାର୍ଯ୍ୟ କରୁଛନ୍ତି । ଯାହାର ନକରାତ୍ମକ ପ୍ରଭାବ ଝାରସୁଗୁଡ଼ା ଉପନିର୍ବାଚନ ଉପରେ ପଡିବ ।" ଆଗାମୀ ଦିନରେ ଏଭଳି ଦଳ ବିରୋଧୀ ମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସୁରେଶ । ତେବେ ଗତ ଏକ ବର୍ଷ ଧରି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ମୋକିମ ଆସୁନାହାନ୍ତି । ସେ ଦଳରେ ଅଛନ୍ତି କି ନାହାନ୍ତି ତାହା ବି ଜଣାନାହିଁ । ତେଣୁ ସେ ରାଷ୍ଟ୍ରପତିଙ୍କୁ ଭୋଟ ଦେବା ଦିନ ଠାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ତେବେ ଆଗମୀ ଦିନରେ ଏହି ଦିଗରେ ଦଳର ହାଇକମଣ୍ଡ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହାକୁ ଅପେକ୍ଷା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.