ETV Bharat / state

ଦୁର୍ଗାପୂଜା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ, ବାହାରୁ ଆସିଲେ 100 ଅଫିସର - exclusive interview with cuttack dcp

ଚଳିତବର୍ଷ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପୂଜା କରାଯିବ। ସମସ୍ତ ମଣ୍ଡପ ଆଗରେ ପରଦା ଟାଣିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ମଣ୍ଡପ ଆଗରେ ଯେପରି ଭିଡ଼ ନଜମେ,ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଧିକ ଖବର ପଢନ୍ତୁ...

ଦୁର୍ଗାପୂଜା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ, ବାହାରୁ ଆସିଲେ 100 ଅଫିସର

author img

By

Published : Oct 21, 2020, 10:26 AM IST

କଟକ: ଦୁର୍ଗାପୂଜା ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ। ଚଳିତବର୍ଷ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପୂଜା କରାଯିବ। ବିଶେଷକରି କୌଣସି ମଣ୍ଡପରେ ଡ଼ାକବାଜି ଯନ୍ତ୍ର,କିମ୍ବା ସାଜସଜା କରାଯିବ ନାହିଁ। ସମସ୍ତ ମଣ୍ଡପ ଆଗରେ ପରଦା ଟାଣିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ମଣ୍ଡପ ଆଗରେ ଯେପରି ଭିଡ଼ ନଜମେ,ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏବଂ ୧୦୦ ଅଫିସରଙ୍କୁ ବାହାରୁ ଅଣାଯାଇଛି ବୋଲି କଟକ ଡିସିପି କହିଛନ୍ତି।

ଦୁର୍ଗାପୂଜା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ, ବାହାରୁ ଆସିଲେ 100 ଅଫିସର

ସେହିପରି କନେଷ୍ଟବଳ, ହୋମଗାର୍ଡଙ୍କୁ ମଧ୍ୟ ବାହାର ଜିଲ୍ଲାରୁ ମଗାଯାଇଛି। ତେବେ ଟ୍ରାଫିକ ସମସ୍ୟା ଯେପରି ନଉପୁଜେ ସେଥିପାଇଁ ମଧ୍ୟ ପୋଲିସ ସଜାଗ ରହିଛି। ସେହିପରି ଚଳିତବର୍ଷ ମୂର୍ତ୍ତି ବିସର୍ଜନ ପାଇଁ ୧୪ ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ବିନା ଶୋଭାଯାତ୍ରାରେ ମୂର୍ତ୍ତି ବିସର୍ଜନ କରାଯିବ। ସେହିପରି ନିଶାମୁକ୍ତ ପୂଜା ପାଇଁ କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ପ୍ରକାର କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ବେଆଇନ ଭାବେ ମଦ ବିକ୍ରି ଅଭିଯୋଗରେ ଏପର୍ଯ୍ୟନ୍ତ ୪୦ ଜଣଙ୍କୁ ଗିରଫ କରାଯାଇଥିବା କଟକ ଡିସିପି କହିଛନ୍ତି। ତେବେ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଭାବରେ ପରିଚାଳନା କରିବାକୁ କମିଶନରେଟ ପୋଲିସ କେତେ ପ୍ରସ୍ତୁତ, ସେନେଇ ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି କଟକ ଡିସିପି ପ୍ରତୀକ ସିଂହ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.