ETV Bharat / state

ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡରେ ଜିଲ୍ଲାପାଳ, ସରକାରୀ କାର୍ଯ୍ୟାଳୟ ନିକଟରେ ରହିବନି ଝୁମ୍ପୁଡି ହୋଟେଲ

author img

By

Published : Feb 2, 2023, 12:57 PM IST

ଅବକାରୀ ମାଲଖାନାରେ ଅଗ୍ନିକାଣ୍ଡ ଘଟଣା । କଟକ ମହାନଗର ନିଗମକୁ ଜିଲ୍ଲାପ୍ରଶାସନ ତାଗିଦ । ସରକାରୀ କାର୍ଯ୍ୟାଳୟ ନିକଟରେ ରହିବନି କୌଣସି ଝୁମ୍ପୁଡି ହୋଟେଲ । ଅଧିକ ପଢନ୍ତୁ

fire in sub excise godown
fire in sub excise godown
କଟକରେ ଅଗ୍ନିକାଣ୍ଡ

କଟକ: ଅବକାରୀ ମାଲଖାନାରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଆରମ୍ଭ ହେଲା ତଦନ୍ତ । ଏଥିରେ କଟକ ମହାନଗର ନିଗମକୁ ଜିଲ୍ଲାପ୍ରଶାସନ ତାଗିଦ କରିଛନ୍ତି । ଏଣିକି କଟକରେ ସରକାରୀ କାର୍ଯ୍ୟାଳୟ ନିକଟରେ କୌଣସି ପ୍ରକାର ଝୁମ୍ପୁଡି ହୋଟେଲ ରହିବ ନାହିଁ । ଏନେଇ ସିଏମସି ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ । ତେବେ ଏଭଳି ଘଟଣା ଘଟିବା ପରେ ଅବକାରୀ ବିଭାଗକୁ ଏକ ରିପୋର୍ଟ ମାଗିଛନ୍ତି କଟକ ଜିଲ୍ଲାପାଳ । ଘଟଣାକୁ ଗୁରୁତର ନେବାସହ ଏଭଳି ଘଟଣା ଯେପରି ଆଗକୁ ନଘଟିବ ସେନେଇ ଆମ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ଗତ ମଙ୍ଗଳବାର କଟକ ସବରେଜିଷ୍ଟର କାର୍ଯ୍ୟାଳୟ ନିକଟରେ ଥିବା ଅବକାରୀ ମାଲଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୨ ଜଣ ବ୍ୟକ୍ତି ଆହତ ମଧ୍ୟ ହୋଇଥିଲେ । ବର୍ଷ ତମାମର ଜବତ ସାମଗ୍ରୀ ଷ୍ଟୋର ରୁମରେ ରଖିଥିବା ମଦ ଡ୍ରମ୍, ହାଣ୍ଡି, ଡେକଚି, ଏକ ସାଇକେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ସବୁ ପୋଡି ହୋଇ ନଷ୍ଟ ହୋଇଯାଇଥିଲା । ଏକାଧିକ ଦୁଇ ଚକିଆ ଯାନ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ହୋଟେଲରେ ନିଆଁ ଲାଗିବା ପରେ ଏହା ଅବକାରୀ ବିଭାଗ ମାଲଖାନାରେ ଥିବା ମଦ ସଂସ୍ପର୍ଶରେ ଆସି ବ୍ୟାପକ ରୂପ ନେଇଥିଲା ।

ଦେଶୀ ମଦ ତଥା ମଦ ତିଆରିରେ ବ୍ୟବହୃତ କଞ୍ଚାମାଲ ରହିଥିବା ଡ୍ରମ ଫାଟିବା ଫଳରେ ତରଳ ପଦାର୍ଥ ବୋହି ନିକଟସ୍ଥ ନାଳରେ ପ୍ରବାହିତ ହୋଇଥିଲା । ଏହା ଫଳରେ ପାଣି ପରି ଡ୍ରେନ ଭିତରେ ନିଆଁ ଆଗକୁ ଆଗକୁ ବଢ଼ିବାରେ ଲାଗିଥିଲା । ଅଗ୍ନିଶମବାହିନୀ ସହିତ ସହଯୋଗର ହାତ ବଢାଇଥିଲେ ସ୍ଥାନୀୟ ବାସିନ୍ଦା । ନାଳ ଦେଇ ଏହି ନିଆଁ ନିକଟସ୍ଥ ଗଣେଶଘାଟ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିବା ପୂର୍ବରୁ, ଅନେକ ପରିଶ୍ରମ ପରେ ବିଭିନ୍ନ ସ୍ଥାନରେ ବାଲି ଭର୍ତ୍ତି କରି ନାଳର ନିଆଁକୁ ଅଟକାଇବାରେ ସକ୍ଷମ ହୋଇଥିଲେ ଜନସାଧାରଣ ଓ ଅଗ୍ନିଶମବାହିନୀ ।

ଅବକାରୀ ମାଲଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ଏବଂ ଜବତ ମଦକୁ ଅନେକ ସମୟରେ ସୁରକ୍ଷିତ ସ୍ଥାନରେ ନଷ୍ଟ ନକରି ନାଳରେ ଢାଳି ଦିଆଯାଉଥିବା ଜନସାଧାରଣ ଅଭିଯୋଗ ଆଣିଥିଲେ । ପାଖାପାଖି ଶହେ ମିଟର ପର୍ଯ୍ୟନ୍ତ ଡ୍ରେନ ଭିତରେ ନିଆଁ ମାଡି ଯାଇଥିବାର ଦେଖି ଭୟଭୀତ ହୋଇ ପଡ଼ିଥିଲେ ପଥଚାରୀ । ଅବକାରୀ ମାଲଖାନାଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ବେଳେ ଗରମ ହୋଇ ଫାଟି ଯାଇଥିଲା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର କାନ୍ଥ ।

ତେବେ ଗତ ମଙ୍ଗଳବାର ଘଟଣାସ୍ଥଳ ବୁଲି ତମାମ ଦିଗ ଉପରେ ସମୀକ୍ଷା କରି ତଦନ୍ତ ରିପୋର୍ଟ ମାଗିଛନ୍ତି କଟକ ଜିଲ୍ଲାପାଳ । ଅବକାରୀ ବିଭାଗ ନିରୀକ୍ଷକଙ୍କୁ ଏନେଇ ଏକ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଡିଏମଙ୍କୁ ମଧ୍ୟ ଘଟଣାର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ।

ଅନ୍ୟପଟେ ଅବକାରୀ ମାଲଖାନାଟି ବହୁତ ପୁରୁଣା । ମଦ ତଥା ମଦ ତିଆରି ପାଇଁ ଉଦିଷ୍ଟ କଞ୍ଚାମାଲ ଜବତ ହୋଇ ରଖାଯାଇଥିଲା । ନିକଟସ୍ଥ ହୋଟେଲ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିଲା ବୋଲି ସ୍ପଷ୍ଟ ହୋଇଛି । ଜବତ ସାମଗ୍ରୀ ଗୁଡିକ କୋର୍ଟରେ ବିଚାରଧୀନ ଥିବା ମାମଲା ଗୁଡିକର ଫଇସଲା ହେବା ପରେ ହିଁ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନଷ୍ଟ କରାଯାଇଥାଏ । ତେବେ ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ନିଆଁ ଲାଗିବା ପରେ ଏହି ଘଟଣାର ତଦନ୍ତ ଓ ଅଗ୍ନି ନିରାପତ୍ତାକୁ ବେଶି ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.