ETV Bharat / state

ଡିସେମ୍ବର ସୁଦ୍ଧା ଶେଷ ହେବ ଖାନନଗର CNG ଗ୍ୟାସ ଚୁଲା ପ୍ରୋଜେକ୍ଟ: ମେୟର

author img

By

Published : Oct 20, 2022, 1:26 PM IST

କଟକ ଖାନନଗର ଶ୍ମଶାନରେ ନିର୍ମାଣଧିନ ଗ୍ୟାସ ଚୁଲା ପ୍ରୋଜେକ୍ଟର ସ୍ଥିତି ସମୀକ୍ଷା କଲେ ମେୟର । ଏହି ପ୍ରୋଜେକ୍ଟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ। ନେଇ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

ଡିସେମ୍ବର ସୁଦ୍ଧା ଶେଷ ହେବ ଖାନନଗର CNG ଗ୍ୟାସ ଚୁଲା ପ୍ରୋଜେକ୍ଟ

କଟକ: କଟକ ଖାନନଗର ଶ୍ମଶାନରେ ନିର୍ମାଣଧିନ ଗ୍ୟାସ ଚୁଲା ପ୍ରୋଜେକ୍ଟର ସ୍ଥିତି ସମୀକ୍ଷା କଲେ ମେୟର । ସାଢ଼େ ତିନି କୋଟି ଟଙ୍କା ବ୍ୟୟ ଅଟକଳରେ ଗେଲ ଇଣ୍ଡିଆ ପକ୍ଷରୁ ନିର୍ମାଣ ଜାରି ରହିଥିବା ଏହି ପ୍ରୋଜେକ୍ଟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରୋଜେକ୍ଟରେ ଦୁଇଟି CNG ଗ୍ୟାସ ଚୁଲା ରହିଛି । ଏହି ଦୁଇଟି ଗ୍ୟାସ ଚୁଲାରେ ହେବ ମୃତଦେହ ଦାହ । କମ ଦାମ ଓ କମ ସମୟରେ ଏହି ଗ୍ୟାସ ଚୁଲା ସାହାଯ୍ୟରେ ଶୀଘ୍ର ଦାହ କାର୍ଯ୍ୟ ଶେଷ ହେବ । ଏନେଇ ଗେଲ ଇଣ୍ଡିଆ ପକ୍ଷରୁ ଖାନନଗରରେ ପ୍ରକଳ୍ପ କାମ ଜାରି ରହିଛି ।

CNG ଗ୍ୟାସ ଚୁଲା ପ୍ରୋଜେକ୍ଟ

ତେବେ ମୃତଦେହ ଦାହ ସହିତ ଏଥିରେ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି । ଏଠାରେ ଗାଧୋଇବା ଘର, ଶୌଚାଳୟ, ବିଶ୍ରାମଗାର ଇତ୍ୟାଦି ସୁବିଧା କରାଯାଇଛି । ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏଥିପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି । ତେବେ ଏହି ପ୍ରୋଜେକ୍ଟ ପୂର୍ବରୁ ବମ୍ବେ ,ଦିଲ୍ଲୀ, ବନାରସରେ ରହିଥିଲା । କଟକରେ ଏହା ହେବା ପରେ ନିଶ୍ଚୟ କଟକ ବିକାଶର ଦିଗ ମଜଭୁତ ହେବ ବୋଲି କହିଥିଲେ କଟକ ମେୟର ଓ ବିଧାୟକ । ତେବେ ପୂର୍ବରୁ ଖାନନଗର ଶ୍ମଶାନରେ ବିଦ୍ୟୁତ ଚୁଲା ରହିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ବାତ୍ୟା ସମୟରେ ତାହା ଭାଙ୍ଗି ଯାଇଥିଲା । ଯାହାକୁ ନେଇ ମୃତଦେହ ଦାହ କରିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ସହରବାସୀ । କିନ୍ତୁ ଏହି ଗ୍ୟାସ ଚୁଲାରେ କମ ସମୟରେ ଦାହ ହୋଇ ପାରିବ ବୋଲି ଗେଲ ଇଣ୍ଡିଆ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି "ଏହି ପ୍ରକଳ୍ପ କଟକ ପାଇଁ ଗର୍ବ ଓ ଗୌରବର କଥା । ଦୀର୍ଘ ଦଶ ପନ୍ଦର ବର୍ଷ ଧରି ଖାନନଗରରେ ଇଲେକଟ୍ରିକ ଚୁଲା ରହିଥିଲା । ଏବେ ତାହା ବନ୍ଦ ହୋଇ ତା ବଦଳରେ ମୃତଦେହ ଦାହ କରିବା ପାଇଁ CNG ଗ୍ୟାସ ଚୁଲା ହେବାକୁ ଯାଉଛି । କମ ମୂଲ୍ୟରେ ଗୋଟିଏ ମୃତଦେହକୁ ପୋଡାଯାଇପାରିବ । ପ୍ରାୟ ୧୦୦୦ ଟଙ୍କା ଲାଗିବ ଗୋଟିଏ ମୃତଦେହ ପୋଡିବା ପାଇଁ । ଏହା ସହିତ ଦିନକୁ ଏଠାରେ ୫୦ରୁ ୧୦୦ଟି ମୃତଦେହ ପୋଡା ଯାଇପାରିବ । ଏହି ପ୍ରୋଜେକ୍ଟ ପାଇଁ ଗେଲ ଇଣ୍ଡିଆ ତରଫରୁ ସାଢେ ତିନି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଡିସେମ୍ବର ୩୦ ତାରିଖ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.