ETV Bharat / state

ବାଦାମବାଡିରେ ଡ୍ରେନ ଜାମ କରୁଛନ୍ତି ବ୍ୟବସାୟୀ, କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ମେୟର

author img

By

Published : May 5, 2023, 1:38 PM IST

ସିଏମସି ମେୟର ସୁବାସ ସିଂ ବାଦାମବାଡି ବୁଲିବା ସହ ଡ୍ରେନ ସ୍ଥତି ଯାଞ୍ଚ କରିଛନ୍ତି । ତେବେ ବାଦାମବାଡିରେ ବ୍ୟବସାୟୀମାନେ ଡ୍ରେନ ସମସ୍ୟା ସୃଷ୍ଟି କରୁଥିବା ବେଳେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ମେୟର । ଅଧିକ ପଢନ୍ତୁ

cmc mayor reaction on drainage condition

କଟକ: ପ୍ରବଳ ବର୍ଷା ସମୟରେ ଜଳବନ୍ଦୀ ହେଉଛି କଟକର ମୁଖଶାଳା । ତେବେ ଆଗକୁ ଲଘୁଚାଷ ବର୍ଷା ଆସୁଥିବାରୁ ତତ୍ପର ହୋଇଛନ୍ତି ସିମସି ମେୟର । ଏଥିପାଇଁ କଟକ ମହାନଗର ନିଗମର ମେୟର, କମିଶନର ଓ ପୂର୍ବତନ ବିଧାୟକ ବାଦାମବାଡ଼ି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଲୋକଙ୍କୁ ଜଳବନ୍ଦୀରୁ କିଭଳି ମୁକ୍ତ କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି । ତେବେ ବ୍ୟବସାୟୀମାନେ ଡ୍ରେନ ଜାମ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ମେୟର ସୁବାସ ସିଂ । ବାରମ୍ବାର ଜଳବନ୍ଦୀ ଭିତରେ ପେଶି ହେଉଥିବା ସ୍ଥାନୀୟ ବାସିନ୍ଦା ମେୟରଙ୍କ କଥା ଉପରେ ଭରସା କରିଛନ୍ତି ।

ବାଉନ ବଜାର ତେପନ ଗଳିର ସହର କଟକ ସବୁବେଳେ ଜଳବନ୍ଦୀ ସମସ୍ୟା ଦେଇ ଗତି କରେ । ବିଶେଷ କରି କଟକ ସହରର ମୁଖଶାଳା କୁହାଯାଉଥିବା ବାଦାମବାଡ଼ି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଅଧିକ ରହିଥାଏ । ଖାଲି ବାଦାମବାଡ଼ି ନୁହେଁ ବରଂ ଏହାର ସଂଲଗ୍ନ ରକ୍ସି ଲେନ, ଓଲ୍ଡ ଏଲ. ଆଇ. ସି କଲୋନୀ ଓ ପାଲା ମଣ୍ଡପ ଅଞ୍ଚଳରେ ମଧ୍ୟ ଜଳବନ୍ଦୀର ଅନେକ ନଜିର ରହିଛି । ବିଶେଷ କରି ରକ୍ସି ଲେନ ଭିତରେ ଥିବା ଲୋକେ ବର୍ଷ ବର୍ଷ ଧରି ଜଳବନ୍ଦୀରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକୁ ସମାଧାନ କରିବା ପାଇଁ ଦୁଇକୋଟି ଟଙ୍କାର ବ୍ୟୟ ଅଟକଳରେ ଡ୍ରେନେଜ୍ ବ୍ୟବସ୍ଥା କରାଯାଇଥିବା କଥା କହିଛନ୍ତି ଚୌଦ୍ଵାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ଏହା ସତ୍ତ୍ୱେ ମଧ୍ୟ ଟିକିଏ ବର୍ଷା ହେବା ମାତ୍ରକେ ବାଦାମ ବାଡ଼ି ଅଞ୍ଚଳ ପୁରା ଜଳମଗ୍ନ ହୋଇଯାଏ ।

ଅନ୍ୟପଟେ କଟକ ମହାନଗର ନିଗମର କମିଶନର ନିଖିଲ କହିଛନ୍ତି, "ଆସନ୍ତା ଲଘୁଚାପ ଜନିତ ପ୍ରବଳ ବର୍ଷା ସହ ବର୍ଷା ଋତୁ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯିବ । ଏହି କାର୍ଯ୍ୟରେ ମୁଖ୍ୟ ରହିଛି ନାଳ ସଫା । ବିଭିନ୍ନ ସ୍ଥାନରେ ନାଳ ଗୁଡ଼ିକୁ ତୁରନ୍ତ ସଫା କରାଯାଇ ପଙ୍କ ଉଦ୍ଧାର କରାଗଲେ ଜଳବନ୍ଦୀ ସମସ୍ୟା ମୁକ୍ତ କରାଯାଇପାରିବ ।" ସେହିଭଳି ଅଧିକ ବର୍ଷା ହେଲେ ଜଳବନ୍ଦୀ ହେବ ତେଣୁ ଏହାର ମୁକାବିଲା କରିବା ପାଇଁ ଭଲବୋ ମଟରର ନିୟୋଜିତ କରାଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ ।

ଅନ୍ୟପଟେ ସ୍ଥାୟୀ ସମାଧାନ ଏକମାତ୍ର ବିକଳ୍ପ ଆଉ ଏହାକୁ ଯଥାଶୀଘ୍ର କରିବାକୁ ଦାବି ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଦୀର୍ଘ 15 ବର୍ଷରୁ ଅଧିକ ସମୟ ଧରି ଜଳବନ୍ଦୀ ସମସ୍ୟାରେ ଅଞ୍ଚଳବାସୀ ବହୁ ପରିମାଣର ହନ୍ତସନ୍ତ ହେଉଛନ୍ତି । ଯାହାକୁ ନେଇ ସେମାନଙ୍କ ଭିତରେ ସିଏମସି ପ୍ରତି ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡିଛି । ତେବେ ସିଏମସି ତରଫରୁ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ସଠିକ ପ୍ରଯୁକ୍ତି ବିଦ୍ୟା ସହିତ କୌଶଳର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.