କଟକ: ସିଏମସିରେ ଜାରି ରହିଛି କୋଭିଡର ପ୍ରଭାବ । ଏମିତିକି ଦିନକୁ 300ରୁ ଊର୍ଦ୍ଧ୍ବ ପଜିଟିଭ କେସ ସାମ୍ନାକୁ ଆସୁଛି । ଯାହା ପାଇଁ ବୁଧବାର ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦିଗକୁ ତାଗିଦ କରିଛନ୍ତି । କଟକରେ ରହୁଥିବା ଉଠାଦୋକାନ ଆଗରେ ଭିଡ଼ ଜମୁଛି । ଯାହା ପାଇଁ ପଜିଟିଭ କେସ ବଢ଼ୁଥିବାର ସମ୍ଭାବନା ଦୃଷ୍ଟିଗୋଚର ହେଉଛି । ତେବେ ଏହି ଦିଗ ପ୍ରତି ଆଜି ସିଏମସି ନେଇଛି ଦୃଢ କାର୍ଯ୍ୟାନୁଷ୍ଠାନ ।
ଉଠାଦୋକାନୀଙ୍କ ଉପରେ ସିଏମସିର ନଜର, ବଢୁଛି କୋଭିଡ ଚିକିତ୍ସା ପରିଧି ସହରର ଯେଉଁ ଉଠାଦୋକାନ ଆଗରେ ଭିଡ଼ ଜମୁଛି ତାକୁ ସିଧାସଳଖ ତଣ୍ଡ ଦେବାକୁ ହେବ । ଏମିତିକି ସିଲ କରିବାକୁ ମଧ୍ୟ ସ୍ଥିର କରିଛି କଟକ ମହାନଗର ନିଗମ । ଏହାଛଡା କୋଭିଡ ଚିକିତ୍ସା ଦିଗରେ କଟକରେ ଆହୁରି ଆଇସିୟୁ ବେଡ଼ ବୃଦ୍ଧି କରାଯାଉଛି । ଏମିତିକି ଯେଉଁ 2ଟି ନୂଆ କୋଭିଡ ହସ୍ପିଟାଲ ମଧ୍ୟରୁ ଗୋଟିଏ ଚାଲୁ ହୋଇଥିଲାବେଳେ ଅନ୍ୟଟି ଆଜିଠୁ କାର୍ଯ୍ୟକ୍ଷମ ହେବ । ତେବେ କୋଭିଡ ମୁକାବିଲାରେ କଟକ ନିଶ୍ଚୟ ଫ୍ରଣ୍ଟ ଫୁଟରେ ଅଛି । ଯେଉଁଠି ବି ଉଠାଦୋକାନ ଆଗରେ ଭିଡ଼ ଜମୁଥିବାର ନଜର ଆସିବ, ସେଠି ସିଧାସଳଖ ପହଞ୍ଚିବ ସିଏମସିର ଏନ୍ଫୋର୍ସମେଣ୍ଟ ଟିମ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ