ETV Bharat / state

ବେଆଇନ୍ ମାଂସ କଟା ଦୋକାନ ଉପରେ CMC ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ

author img

By ETV Bharat Odisha Team

Published : Dec 18, 2023, 7:50 AM IST

Raid on Illegal Meat Shop Cuttack: ବେଆଇନ୍ ମାଂସ କଟା ଦୋକାନ ଉପରେ ସିଏମସି ଏନଫୋର୍ସମେଣ୍ଟ୍ ଟିମର ଚଢ଼ାଉ । ସିଡିଏରେ ଥିବା 50ଟି ଏବଂ ସେମିନାରୀ ଛକସ୍ଥିତ ରାସ୍ତାକଡ଼ରେ ଥିବା 8ଟି ଦୋକାନ ଉପରେ ଚଢ଼ାଉ ହୋଇଛି । ଅଧିକ ପଢ଼ନ୍ତୁ

raid in illegal meat shop
raid in illegal meat shop

ବେଆଇନ୍ ମାଂସ କଟା ଦୋକାନ

କଟକ: ହାଇକୋର୍ଟରେ ଜବାବ ରଖିବା ପରେ ଆକ୍ସନ ମୋଡ୍‌ରେ କଟକ ମହାନଗର ନିଗମ । ବେଆଇନ୍ ମାଂସ କଟା ଦୋକାନ ଉପରେ ଚଢାଉ କରିଛି ସିଏମସି ଏନଫୋର୍ସମେଣ୍ଟ୍ ଟିମ୍ । କଟକ ସିଡିଏରେ ଥିବା 50ଟି ଦୋକାନ ଏବଂ ସେମିନାରୀ ଛକ ସ୍ଥିତ ରାସ୍ତା କଡରେ ଥିବା 8ଟି ଦୋକାନ ଉପରେ ଚଢାଉ କରି ସର୍ବସାଧାରଣ ସ୍ଥାନରେ ହେଉଥିବା ବେଆଇନ୍ ମାଂସ କଟାକୁ ବନ୍ଦ କରିଛି ଏନଫୋର୍ସମେଣ୍ଟ ଟିମ୍ । ଏହାପରେ ଦୋକାନ ଘର ଭାଙ୍ଗିବା ସହ ମାଂସ କଟା ଅସ୍ତ୍ର ଏବଂ କାଠଗଡାକୁ ଜବତ କରାଯାଇଛି । ତେବେ ସିଏମସି ଡେପୁଟି କମିଶନର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ମିଳିତ ନେତୃତ୍ବରେ ସିଏମସି ଏନଫୋର୍ସମେଣ୍ଟ ଟିମ୍ କଟକର ବିଭିନ୍ନ ଖୋଲା ସ୍ଥାନରେ ଚଢ଼ାଉ କରି ମାଂସ କଟା ବନ୍ଦ କରିଛି ।

ପୂର୍ବରୁ କଟକ ସହରରେ ବେଆଇନ କଂସେଇଖାନା ବନ୍ଦ କରିବା ପ୍ରସଙ୍ଗରେ ସିଏମସିର ପଦକ୍ଷେପକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷକରି 2015 ମସିହାରୁ କଟକ ସହରରେ ବେଆଇନ ଭାବେ ଚାଲୁଥିବା ରାସ୍ତାକଡ଼ ମାଂସ ଦୋକାନଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ହେଲେ ତାହା କାହିଁକି କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି କୋର୍ଟ ପ୍ରଶ୍ନ ଉଠିଥିଲା । ଅନ୍ୟପଟେ ଏହି ପ୍ରସଙ୍ଗରେ ଗତ ଜୁଲାଇ 18 ତାରିଖରେ ସିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତିଙ୍କ ସତ୍ୟପାଠକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ବିସ୍ତୃତ ସତ୍ୟପାଠ ସହ ଆସନ୍ତା ଶୁଣାଣିରେ ଉପସ୍ଥିତ ରହିବାକୁ କୋର୍ଟ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ହାଇକୋର୍ଟରେ କଟକ ସହରର କଂସେଇଖାନା ମାମଲା, ସିଏମସି ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ ସହରରେ ଛୋଟ ପଶୁଙ୍କ ପାଇଁ 5ଟି କଂସେଇ ଖାନା କାର୍ଯ୍ୟକ୍ଷମ କରାଯାଇଛି ବୋଲି ସିଏମ୍‌ସି ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ଅନ୍ୟ ବଡ଼ ପଶୁଙ୍କ ପାଇଁ ସ୍ୱତନ୍ତ୍ର କଂସେଇ ଖାନା ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଛି, କିନ୍ତୁ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ଏହାକୁ ବିରୋଧ କରାଯାଉଥିବାରୁ ନିର୍ମାଣରେ ବିଳମ୍ବ ହେଉଛି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଥିଲା । ତେବେ ରାସ୍ତାକଡ଼ ବେଆଇନ ମାଂସ ଦୋକାନଗୁଡିକୁ ବନ୍ଦ କରିବା ପ୍ରସଙ୍ଗରେ ଆଉ କଣ ପଦକ୍ଷେପ ନିଆଯାଇଛି ସେନେଇ ଆସନ୍ତା ଶୁଣାଣିରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା 3 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.