ETV Bharat / state

ଧବଳେଶ୍ବର ପୀଠରେ ବିବାଦ, ପାର୍କିଂ ଫି ଆଦାୟକୁ ନେଇ ଦୁଇ ଗୋଷ୍ଠୀ ମୁହାଁ-ମୁହିଁ - ଗ୍ରାମବାସୀ ମୁହାଁ ମୁହିଁ

ପାର୍କିଂ ଫି ଆଦାୟକୁ ନେଇ ଆରମ୍ଭ ହୋଇଛି କଳହ । ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଜାରି ରହିଛି ଘମାସନ ଲଢେଇ । ପରିସ୍ଥିତି ଏପରି ହୋଇଛି ଯେ ପୋଲିସକୁ ମଧ୍ୟ ଛାଡ଼ି ନାହାଁନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 4, 2019, 2:21 AM IST

କଟକ: ସାଇକେଲ ଷ୍ଟାଣ୍ଡ ପାର୍କିଂ ଫି ଆଦାୟକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ। ଧବଳେଶ୍ବର ପୀଠରେ ସାଇକେଲ ଷ୍ଟାଣ୍ଡ ନିଲାମ ପ୍ରକ୍ରିୟାକୁ ନେଇ ମୁହାଁ-ମୁହିଁ ହୋଇଛନ୍ତି ଟାଙ୍ଗୀ ବ୍ଲକ କଖଡି ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମବାସୀ । ଗତ ୨୦୧୯ ମସିହା ଜୁନ1 ତାରିଖରେ ୨୫ ଲକ୍ଷ ଟଙ୍କା ସହ ଟେଣ୍ଡର ହାତେଇଥିଲେ ଏହି ଗ୍ରାମବାସୀ । ଯାହାର ଅବଧି ରହିଥିଲା ୨୦୨୦ ଜୁନ ୧ ତାରିଖ ପର୍ଯ୍ୟନ୍ତ ।

ପାର୍କିଂ ଫି ଆଦାୟକୁ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ଧବଳେଶ୍ବର ପୀଠରେ ବିବାଦ

ଟେଣ୍ଡର ଅବଧି ପାଖାପାଖି ଆହୁରି ଆଠ ମାସ ରହିଛି । ତେଣୁ ଗ୍ରାମବାସୀମାନେ ଶାନ୍ତି ଶୃଙ୍ଖଳାର ସହିତ ଗାଡି ପାର୍କିଂ ଫି ଆଦାୟ ଜାରି ରଖିଛନ୍ତି । ତେଣୁ ବିଦ୍ୟାଧରପୁର ଗ୍ରାମବାସୀ ପାର୍କିଂ ଫି ଆଦାୟ କରୁଥିବା ବେଳେ ସ୍ଥାନୀୟ ପାଇକେରାପୁର ଗ୍ରାମର ସରପଞ୍ଚଙ୍କ ସମେତ କିଛି ଯୁବକ ନିଲାମ ନେଇଥିବା ଗ୍ରାମର ଯବକଙ୍କୁ ପୋଲିସ ଉପସ୍ଥିତିରେ ମାଡ ମାରିଥିଲେ।

ଏପରିକି ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ପୋଲିସ ଗାଡିକୁ ମଧ୍ୟ ଓଲଟାଇବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ବିଦ୍ୟାଧରପୁର ଗ୍ରାମବାସୀ ମଞ୍ଚେଶ୍ବର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବେଆଇନ ପାର୍କିଂ ଫି ଆଦାୟ କରୁଥିବା ପାଇକେରାପୁର ଗ୍ରାମବାସୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଅଭିଯୋଗ କରିଛନ୍ତି।

ମାଡ ମାରିଥିବା ସରପଞ୍ଚ ଓ ତାଙ୍କ ସହଯୋଗୀ ମାନଙ୍କୁ ଗିରଫ କରିବାକୁ ଜିଦ୍ କରିଥିଲେ ବିଦ୍ୟାଧରପୁର ଗ୍ରାମବାସୀ। ତେବେ ଘଟଣା ସ୍ଥଳରେ ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ଉଭୟଙ୍କୁ ବୁଝା ସୁଝା କରିଥିଲେ । କିନ୍ତୁ ସବୁ ସତ୍ବେ ମଧ୍ୟ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଧବଳେଶ୍ବର ପୀଠରେ ସାଇକେଲ ଷ୍ଟାଣ୍ଡ ପାର୍କିଂ ଫି ଆଦାୟ କୁ ନେଇ ଦୁଇ ଗାଁ ମଧ୍ଯରେ ବିବାଦ ।ସାଇକେଲ ଷ୍ଟାଣ୍ଡ ନିଲାମ ନେଇଥିବା ଟାଙ୍ଗୀ ବ୍ଲକ କଖଡି ପଞ୍ଚାୟତ ବିଦ୍ଯାଧରପୁର ଗ୍ରାମର ଗ୍ରାମବାସୀ ଗତ ୨୦୧୯ ମସିହା ଜୁନ ଏକ ତାରିଖରେ ୨୫ ଲକ୍ଷ ଟଙ୍କା ଦେଇ ଟେଣ୍ଡର ପାଇଥିଲେ। ତେବେ ଏହି ଟେଣ୍ଡର ଅବଧି ୨୦୨୦ ଜୁନ ୧ ତାରିଖ ପର୍ଯ୍ୟନ୍ତ ରହିଥିଲା।ଗ୍ରାମବାସୀମାନେ ଶାନ୍ତି ଶୃଙ୍ଖଳା ର ସହିତ ଗାଡି ପାର୍କିଂ ଫି ଆଦାୟ କରୁଥିଲେ। ଆଜି ସକାଳେ ନିଲାମ ନେଇଥିବା ବିଦ୍ୟାଧର ପୁର ଗ୍ରାମବାସୀ ପାର୍କିଂ ଫି ଆଦାୟ କରୁଥିବା ବେଳେ ପାଇକେରାପୁର ଗ୍ରାମର ସରପଞ୍ଚ ଙ୍କ ସମେତ ସେହି ଗ୍ରାମର କିଛି ଯୁବକ ନିଲାମ ନେଇଥିବା ଗ୍ରାମର ଯବକଙ୍କୁ ପୋଲିସ ଉପସ୍ଥିତି ରେ ମାଡ ମାରିଥିଲେ।ଏପରିକି ପୋଲିସ କୁ ମଧ୍ୟ ଠେଲାପେଲା କରିବା ସହିତ ପୋଲିସ ଗାଡିକୁ ମଧ୍ଯ ଓଲଟାଇବାକୁ ଉଦ୍ଯମ କରିଥିଲେ।ଯାହାକୁ ନେଇ ବିଦ୍ୟାଧରପୁର ଗ୍ରାମବାସୀ ମଞ୍ଚେଶ୍ବର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ବେଆଇନ ପାର୍କିଂ ଫି ଆଦାୟ କରୁଥିବା ପାଇକେରାପୁର ଗ୍ରାମବାସୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଈଁ ଅଭିଯୋଗ କରିଥିଲେ।
ମାଡ ମାରିଥିବା ସରପଞ୍ଚ ଓ ତାଙ୍କ ସହଯୋଗୀ ମାନଙ୍କୁ ଗିରଫ କରିବାକୁ ଜିଦ୍ କରିଥିଲେ ବିଦ୍ୟାଧରପୁର ଗ୍ରାମବାସୀ।ତେବେ ଘଟଣା ସ୍ଥଳରେ ଥାନାଧିକାରୀ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ଉଭୟଙ୍କୁ ବୁଝା ସୁଝା କରିଥିଲେ ବି ଉଭୟ ଗୋଷ୍ଠି ଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।
Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.