ETV Bharat / state

ଉଗ୍ରରୁପ ନେଲା ଛାତ୍ର-ଅଣଛାତ୍ର ବିବାଦ, ପୋଲିସ ଉପରକୁ ଢେଲାମାଡ - ଛାତ୍ର-ଅଣଛାତ୍ର ବିବାଦ

କଟକ ଜିଲ୍ଲାର ନରସିଂହପୁର ମହାବିଦ୍ୟାଳୟର ଛାତ୍ର ଓ ଅଣଛାତ୍ର ମଧ୍ୟରେ ହୋଇଛି ଗୋଷ୍ଠୀ ସଂଘର୍ଷ। କମେଣ୍ଟ ମରାକୁ କେନ୍ଦ୍ର କରି ଏହି ବିବାଦ ଉପୁଜିଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 28, 2019, 8:41 PM IST

କଟକ: ଜିଲ୍ଲାର ନରସିଂହପୁର ମହାବିଦ୍ୟାଳୟର ଛାତ୍ର ଓ ଅଣଛାତ୍ର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ଧାରଣ କରିଛି। କମେଣ୍ଟ ମରାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ଅଲରା ଗ୍ରାମର କିଛି ଅଣଛାତ୍ର ମହାବିଦ୍ୟାଳୟ ବାହାରେ ଛାତ୍ରଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ସେମାନଙ୍କୁ ମାଡ ମାରିଥିଲେ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଉଠାଇ ନେବାରୁ ସେମାନେ ପୋଲିସ ଗାଡି ଭଙ୍ଗାରୁଜା କରିବା ସହିତ ପୋଲିସ ଉପରକୁ ଢେଲାମାଡ କରିଥିଲେ।

ପରବର୍ତ୍ତୀ ସମୟରେ ଏହି ଅଣଛାତ୍ର ନରସିଂହପୁର ପେଟ୍ରୋଲ ପମ୍ପ ନିକଟରେ ୬୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା । ହେଲେ ଛାତ୍ର ପୋଲିସ ଉପରକୁ ଢେଲାମାଡ କରିଥିଲେ। ଫଳରେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ ମହାବିଦ୍ୟାଳୟ ପରିସରରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମହାବିଦ୍ୟାଳୟରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ସମ୍ପୃକ୍ତ ଛାତ୍ରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଫଳରେ ମହାବିଦ୍ୟାଳୟ ଦିନକୁ ଦିନ ଅପରାଧିଙ୍କ ଆଡ୍ଡାସ୍ଥଳ ପାଲଟିଥିବା ଅଭିଯୋଗ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ନରସିଂହପୁର ମହାବିଦ୍ୟାଳୟରେ ଛାତ୍ର ଓ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ ଆଜି ଉଗ୍ର ରୂପ ଧାରଣ କରିଥିବା ଦେଖିବାକୁ ମିଳିଛି। ଆଜି ଗୋଟିଏ ଗୋଷ୍ଠୀ ଅନ୍ଯ ଏକ ଗୋଷ୍ଠୀର ଛାତ୍ରୀମାନଙ୍କୁ ପ୍ରଥମେ କମେଣ୍ଟ ମାରିଥିଲେ ଏହାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଲରା ଗ୍ରାମର କିଛି ଅଣଛାତ୍ର ମହାବିଦ୍ୟାଳୟ ର ବାହାରେ ଛାତ୍ର ଙ୍କର ଗାଡି ଭଙ୍ଗାରୁଜା କରିବା ସହିତ ମାଡ ମାରିଥିଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଲରା ଗ୍ରାମର ଜୈନିକ ଛାତ୍ରକୁ ଉଠାଇ ନେବାରୁ ଛାତ୍ରମାନେ ପୋଲିସ ଗାଡି ଭଙ୍ଗାରୁଜା କରିବା ସହିତ ପୋଲିସ ଉପରକୁ ଢେଲାମାଡ କରିଥିଲେ।ପରବର୍ତ୍ତୀ ସମୟରେ ଛାତ୍ରମାନେ ନରସିଂହପୁର ପେଟ୍ରୋଲ ପମ୍ପ ନିକଟରେ ୬୫ ନମ୍ବର ରାଜ୍ଯ ରାଜପଥ ଅବରୋଧ କରିବା ଫଳରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିବା ସମୟରେ ଛାତ୍ରମାନେ ପୋଲିସ ଉପରକୁ ଢେଲାମାଡ କରିବା ଫଳରେ ପୋଲିସ ମୃଦ ଲାଠିଚାଳନା କରିଥିଲା।ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ ।ମହାବିଦ୍ୟାଳୟ ପରିସରରେ ଉତ୍ତେଜନାକୁ ଆଖି ଆଗରେ ରଖି ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।ବାରମ୍ବାର ଏଭଳି ଘଟଣା ମହାବିଦ୍ୟାଳୟ ରେ ଘଟୁଥିବା ବେଳେ ଏଭଳି ସଂପୃକ୍ତ ଛାତ୍ରଙ୍କ ଉପରେ କୈଣସି କାର୍ଯ୍ୟାନୁଷ୍ଠାନ ନନେଉଥିବାରୁ ଦିନକୁ ଦିନ ମହାବିଦ୍ୟାଳୟ ଅପରାଧି ମାନଙ୍କ ର ଆଡ୍ଡା ସ୍ଥଳି ପାଲଟିଥିବା ଅଭିଯୋଗ ହୋଇଛି ।
Body:No neesConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.