ETV Bharat / state

ବେଆଇନ ଭାବରେ ସଜା କାଟୁଛନ୍ତି କି ପ୍ରଦୀପ ସେଠୀ !

author img

By

Published : Oct 1, 2020, 2:36 PM IST

ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ସେଠୀଙ୍କ ଚିଟଫଣ୍ଡ ଲିଙ୍କ ମାମଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ବେଆଇନ ଭାବରେ ସଜା କାଟୁଛନ୍ତି କି ପ୍ରଦୀପ ସେଠୀ !
ବେଆଇନ ଭାବରେ ସଜା କାଟୁଛନ୍ତି କି ପ୍ରଦୀପ ସେଠୀ !

କଟକ: ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ସେଠୀଙ୍କ ଚିଟଫଣ୍ଡ ଲିଙ୍କ ମାମଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି କୋର୍ଟ । ପ୍ରଦୀପ ସେଠୀଙ୍କ ଦଣ୍ଡାଦେଶ ଶେଷ ହୋଇଥିଲେ ମଧ୍ୟ ସେ କାହିଁକି ଜେଲରେ ଅଛନ୍ତି । ରାଜ୍ୟ ସରକାର କାହିଁକି ସିବିଆଇକୁ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲା ହସ୍ତାନ୍ତର କରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସରକାରଙ୍କ ଏଭଳି କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାମନା କରୁଛି ବୋଲି କୋର୍ଟ କହିଛନ୍ତି । ଆସନ୍ତା 6 ତାରିଖ ସୁଦ୍ଧା ଏନେଇ ରାଜ୍ୟ ସରକାର ଜବାବ ଦାଖଲ କରନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉ କି, 2014 ସୁପ୍ରିମକୋର୍ଟ ଚିଟପଣ୍ଡ ଲିଙ୍କ ମାମଲାର ଶୁଣାଣି ବେଳେ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁଯାୟୀ, ଗତ ମେ ୨୦, ୨୦୧୩ରେ ସିବିଆଇ ଦ୍ବାରା ଗିରଫ ପ୍ରଦୀପ ସେଠୀଙ୍କ ବିରୋଧରେ ଥିବା ସମସ୍ତ ମାମଲା ରାଜ୍ୟ ସରକାର ସିବିଆଇକୁ ସ୍ଥାନାନ୍ତରିତ କରିବା କଥା । ତାଙ୍କ ବିରୋଧରେ ମୋଟ 24ଟି ମାମଲା ରହିଥିବା ବେଳେ ରାଜ୍ୟ ସରକାର ସିବିଆଇକୁ ମାତ୍ର 8ଟି ମାମଲା ସ୍ଥାନାନ୍ତରିତ କରିଥିଲେ । ଆଉ ସେହି 8ଟି ମାମଲାର ଶୁଣାଣି ବେଳେ ପ୍ରଦୀପଙ୍କୁ ସିବିଆଇ ଦୋଷୀ ସାବ୍ୟସ୍ତ କରିବା ସହ କୋର୍ଟ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଏବଂ 30 ହଜାର ଟଙ୍କା ଜୋରିମାନା କରିଥିଲେ । ଆଉ ଶୁଣାଣି ଅନୁଯାୟୀ ମେ ୨୦, ୨୦୨୦ରେ ପ୍ରଦୀପଙ୍କ ଦଣ୍ଡାଦେଶ ଶେଷ ହେବାର ଥିଲା । ହେଲେ ତାଙ୍କ ବିରୋଧରେ ଆହୁରି 16ଟି ମାମଲା ଥିବାରୁ ସେ ଏଯାବତ୍ ଜେଲରୁ ମୁକୁଲି ପାରିନାହାନ୍ତି । ଯାହାର ଆଜି ଶୁଣାଣି ସମୟରେ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଏନେଇ ଜବାବ ମାଗିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.