କଟକ: କଟକରେ ପ୍ରତିଷ୍ଠା ହେଵ ଦେଶର ପ୍ରଥମ ହାଇକୋର୍ଟ ଆର୍କାଇଭ୍ ଵା ସଂଗ୍ରହାଳୟ। ଏଥିରେ ସ୍ବାଧୀନତା ପୂର୍ବର ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ଗୁରୁତ୍ତ୍ବ ବହନ କରୁଥିବା ମାମଲାର ବିଶେଷ ବିବରଣୀ ସ୍ଥାନ ପାଇବ। ଏହା ସହ ଉତ୍କଳ ଗୌରବ ମଧୁ ବାବୁ, ସୁବାଷ ଵୋଷଙ୍କ ପିତା ଜାନକୀନାଥ ବୋଷ ଲଢିଥିବା ମାମଲାର ମୂଳ ଦସ୍ତାବିଜ ରହିବ। ଆଜି ମୁଖ୍ୟମନ୍ତ୍ରୀ ଏହି ଆର୍କାଇଭ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ହାଇକୋର୍ଟ କର୍ମଚାରୀ ମାନଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏନେଇ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜୁଡିସିଆଲ ସଂଗ୍ରହାଳୟ ପ୍ରକଳ୍ପ ଭାରତରେ ଅଦ୍ବିତୀୟ। ଏଭଳି ପ୍ରତିଷ୍ଠାନ ଗବେଷଣା ଓ ଇତିହାସକୁ ପରଖିବା ପାଇଁ ସୁଯୋଗ ଯୋଗାଇବ ।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ଓ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଯୋଗ ଦେଇଥିଲେ । ଏହି ଜୁଡିସିଆଲ ଆର୍କାଇଭ୍ ବିଲଡିଂ ବା ସଂଗ୍ରହଳୟ ପାଇଁ ୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଠାରେ ୨୦୦ ବର୍ଷର ପୁରୁଣା ବିଭିନ୍ନ ନ୍ୟାୟିକ ଦସ୍ତାବିଜ ସଂଗୃହୀତ ହୋଇ ରହିବ ଓ ଏହା ଉପରେ ଗବେଷଣା କରାଯିବ। ଉତ୍କଳ ଗୋରବ ମଧୁସୂଦନ ଦାସ, ସୁଵାଷ ଵୋଷଙ୍କ ପିତା ଜାନକୀନାଥ ଵୋଷ ଲଢିଥିଵା ମାମଲାର ଦସ୍ତାବିଜ ସହ ଉତ୍କଳମଣି ଗୋପଵନ୍ଧୁଙ୍କ ନାଁରେ ଵ୍ରିଟିଶ ସରକାର କରିଥିବା ମିଥ୍ୟା ମାମଲା ଭଳି ଅନେକ ଵିରଳ ମାମଲାର ଦସ୍ତାବିଜ ଏହି ସଂଗ୍ରହାଳୟରେ ପ୍ରଦର୍ଶିତ ହେବ। ଆସନ୍ତା ଦେଢ ବର୍ଷ ଭିତରେ ଏହି ଆର୍କାଇଭ୍ ର ନିର୍ମାଣ କାମ ଶେଷ ହେଵ।
ସେହିପରି ଆଜି ମୁଖ୍ୟମନ୍ତ୍ରୀ ତାଙ୍କ କଟକ ଗସ୍ତ ସମୟରେ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଆଵାସିକ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ସିଡିଏ ସେକ୍ଟର ୧୩ରେ ୧୦ଏକର ପରିମିତ ଯାଗାରେ ଏହି ରେସିଡେନ୍ସିଆଲ କମ୍ପ୍ଲେକ୍ସ ତିଆରି ହେବ । ଏହି କମ୍ପ୍ଲେକସରେ ୫୫୦ ଟି କ୍ବାର୍ଟର ସହ ମଲ୍ଟି ଜିମ୍ , ସ୍ପୋର୍ଟସ କମ୍ପ୍ଲେକ୍ସ , କମ୍ୟୁନିଟି ସେଣ୍ଟର ସହ ସମସ୍ତ ପ୍ରକାର ଆଧୁନିକ ସୁଵିଧା ସୁଯୋଗ ରହିବ।ଆସନ୍ତା ଦେଢ ବର୍ଷ ଭିତରେ ଏହି ରେସିଡେନ୍ସିଆଲ କମ୍ପ୍ଲେକସର ନିର୍ମାଣ କାମ ଶେଷ ହେବ ।
ଇଟିଭି ଭାରତ, କଟକ