ETV Bharat / state

ଗଞ୍ଜେଇ ସନ୍ଦେହରେ ଯାଞ୍ଚ ବେଳେ ବସ୍ ଯାତ୍ରୀଙ୍କଠୁ ୮୦ ଲକ୍ଷ ଜବତ

ଗଞ୍ଜେଇ ସନ୍ଦେହରେ ଯାଞ୍ଚ ବେଳେ ବସ୍ ଯାତ୍ରୀଙ୍କ ଠାରୁ ମିଳିଲା ୮୦ ଲକ୍ଷ ଟଙ୍କା । ଟଙ୍କା ନେଇ କଟକରୁ କୋଲକାତା ଯାଉଥିଲେ ଯାତ୍ରୀ ଜଣକ । ଅଧିକ ପଢନ୍ତୁ

author img

By

Published : Jan 13, 2023, 1:12 PM IST

ବସ୍ ଯାତ୍ରୀଙ୍କ ଠାରୁ ୮୦ ଲକ୍ଷ ଜବତ
ବସ୍ ଯାତ୍ରୀଙ୍କ ଠାରୁ ୮୦ ଲକ୍ଷ ଜବତ
ବସ୍ ଯାତ୍ରୀଙ୍କ ଠାରୁ ୮୦ ଲକ୍ଷ ଜବତ

କଟକ: ବସ୍‌ରୁ ମିଳିଲା ବିଡା ବିଡା ନୋଟ । ଗଞ୍ଜେଇ ଚାଲାଣ ସନ୍ଦେହରେ ଯାଞ୍ଚ କରୁ କରୁ ବସ୍ ଯାତ୍ରୀଙ୍କୁ ଠାରୁ ବାହାରିଲା ୮୦ ଲକ୍ଷ ଟଙ୍କା । ବେଆଇନ ଭାବରେ ଟଙ୍କା ନେଇ କୋଲକତା ଯାଉଥିଲା ବେଳେ ଅଭିଯୁକ୍ତଙ୍କୁ ମାଡି ବସିଲା କଟକ ଜିଲ୍ଲା ଅବକାରୀ ବିଭାଗ । ଟାଙ୍ଗି ଟୋଲ ଗେଟ୍ ନିକଟରେ କଟକରୁ କୋଲକାତା ଯାଉଥିବା ଏକ ବସ୍‌ ଯାଞ୍ଚ ବେଳେ ଏହି ଲକ୍ଷାଧିକ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ପ୍ରତ୍ୟେକ ଦିନ ପରି ଗତକାଲି(ଗୁରୁବାର) ମଧ୍ୟ ଟାଙ୍ଗି ଟୋଲ ଗେଟ ନିକଟରେ ଯାଞ୍ଚ କରୁଥିଲା କଟକ ଜିଲ୍ଲା ଅବକାରୀ ବିଭାଗ । ଗତକାଲି ରାତିରେ ଗଞ୍ଜେଇ ଚାଲାଣ ସନ୍ଦେହରେ ଟିମ୍ କୋଲକାତା ଯାଉଥିବା ଇନ୍ଦ୍ରାଣୀ ବସରେ ଯାଞ୍ଚ କରିଥିଲା । ଏହି ସମୟରେ ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ଆସିଥିଲା । ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଗକୁ ତଲାସି କରାଯାଇଥିଲା । ଯାଞ୍ଚ ବେଳେ ବ୍ୟାଗ ଭିତରେ ଅବକାରୀ ଟିମ ଯାହା ଦେଖିଥିଲା ତାହା ସେମାନଙ୍କୁ ବେଶ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ ବ୍ୟାଗ ଭିତରୁ ଗଞ୍ଜେଇ କି ନିଶା ଦ୍ରବ୍ୟ ନୁହେଁ ବାହାରିଥିଲା ପୁଳା ପୁଳା ଟଙ୍କା ବିଡା । ମୋଟ ୮୦ ଲକ୍ଷ ଟଙ୍କା ଜବତ କରିଥିଲା ବିଭାଗ । ତେବେ ଏହି ଟଙ୍କା ଗଞ୍ଜେଇ କିମ୍ବା ବ୍ରାଉନସୁଗାର ବିକ୍ରି କରି ଅଣାଯାଇଥିବା ଟିମ୍ ପ୍ରଥମେ ସନ୍ଦେହ କରିଥିଲା ।

ଏହାପରେ ବ୍ୟାଗ ନେଇ ଯାଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଠାଇ ଆଣି ଉକ୍ତ ଟଙ୍କା ସମ୍ପର୍କରେ ପଚରାଉଚରା କରିଥିଲା । ମାତ୍ର ଏତେ ଟଙ୍କା ତାହାର ନୁହେଁ ବରଂ ଏହା ତାଙ୍କର ଭିଣୋଇଙ୍କର ବୋଲି ସମ୍ପୃକ୍ତ ବ୍ୟକ୍ତି କହିଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଶୁକୁମାର ସାହୁ । ତା'ର ଘର ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରେ । ଜବତ ହୋଇଥିବା ଟଙ୍କା ତାଙ୍କ ଭିଣୋଇ ପ୍ରମୋଦ ସାହୁଙ୍କର ବୋଲି ସେ ଅବକାରୀ ବିଭାଗକୁ ଜଣାଇଛନ୍ତି । ଭିଣୋଇଙ୍କ ଘର କଟକ ବାଲୁବଜାର ଅଞ୍ଚଳରେ ହୋଇଥିବା ବେଳେ ସେ ସୁନା ବ୍ୟବସାୟ କରନ୍ତି । ବାଲୁବଜାରରେ ତାଙ୍କର ଗୋଟେ ସୁନା ଦୋକାନ ଅଛି । ସେ ଏହି ଟଙ୍କା ପଶ୍ଚିମବଙ୍ଗକୁ ପଠାଇଥିଲେ ବୋଲି ଅଟକ ଥିବା ବ୍ୟକ୍ତି କହିଛି । ତେବେ ଏହା କେଉଁଠୁ ଆସିଲା, କେଉଁ ଉଦ୍ଦେଶ୍ୟରେ ଚାଲାଣ ହେଉଥିଲା ଏବଂ କାହାକୁ ଦିଆଯାଇଥାନ୍ତା ସେନେଇ ସେ କୌଣସି ଉତ୍ତର ଦେଇପାରି ନାହିଁ ।

ଏହି ଟଙ୍କା ବେଆଇନ ଭାବରେ ଚାଲାଣ କରାଯାଉଥିବା କୁହାଯାଉଛି । ଅବକାରୀ ଟିମ୍ ସମସ୍ତ ଟଙ୍କାର କାଗଜପତ୍ର ମାଗିଥିଲେ । ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା । ଯାହାକୁ ନେଇ ଅବକାରୀ ବିଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାର ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି କୁହାଯାଇଛି ।

କଟକ ଜିଲ୍ଲା ଅବକାରୀ ବିଭାଗର ଥାନାଧିକାରୀ ସୃତିକାନ୍ତ ରାଉତଙ୍କ କହିବା ଅନୁଯାୟୀ, ଏହା ସମ୍ପୂର୍ଣ୍ଣ ବେଆଇନ । ଗଞ୍ଜେଇ ସନ୍ଦେହରେ ଯାଞ୍ଚ କରୁ କରୁ ଏତେ ଟଙ୍କା ଧରାପଡିଥିଲା । ତେବେ ଗଞ୍ଜେଇ ନୁହେଁ ବରଂ ବେଆଇନ ଭାବରେ ଟଙ୍କା ଚାଲାଣ କରାଯାଉଥିବା କାରଣରୁ ଏହାର ତଦନ୍ତ ପାଇଁ ସ୍ଥାନୀୟ ଥାନା(ଟାଙ୍ଗୀ)କୁ ସ୍ଥାନାନ୍ତର କରାଯିବ । ସେହିପରି ଏତେ ଟଙ୍କା ଜବତ ହୋଇଥିବାରୁ ଏହାର ମାଲିକ କିଏ ? ଏତେ ଟଙ୍କା କେଉଁଠୁ ଆସିଲା ! ଏହାର ତଦନ୍ତ ପାଇଁ ଇଡି ଏବଂ ଆୟକର ବିଭାଗକୁ ମଧ୍ୟ ଅବଗତ କରାଯାଇଛି ବୋଲି ଜିଲ୍ଲା ଅବକାରୀ ବିଭାଗର ଥାନାଧିକାରୀ କହିଛନ୍ତି ।

ଏଠି ପ୍ରଶ୍ନ ଉଠୁଛି କେଉଁ ପରିସ୍ଥିତିରେ ଏବଂ ଏତେ ଟଙ୍କା କାହା ପାଖକୁ ଯାଉଥିଲା ? ଏହାର ମାଲିକ କିଏ ? କେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ବସରେ ଯାଉଥିଲା ? ବର୍ତ୍ତମାନ ତମାମ ପ୍ରସଙ୍ଗରେ ଅବକାରୀ ବିଭାଗ ତଦନ୍ତ କରୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.