ETV Bharat / state

ଗୁଜୁରାଟରେ ଅଘଟଣ ଚେତିଲା ଓଡ଼ିଶା, ମରାମତି ହେବ ଧବଳେଶ୍ବର ଝୁଲାପୋଲ

author img

By

Published : Oct 31, 2022, 12:41 PM IST

Updated : Oct 31, 2022, 2:18 PM IST

ଦୁର୍ବଳ ହୋଇଗଲାଣି କଟକ ସ୍ଥିତ ଧବଳେଶ୍ବର ଝୁଲାପୋଲ । ସୁରକ୍ଷାକୁ ଦୃଷ୍ଟିରେ ରଖି ଝୁଲାପୋଲରେ କ୍ଷମତା କମାଇ 200 ରଖାଯାଇଛି । ଅଧିକ ପଢ଼ନ୍ତୁ

capacity of dhabaleswar hanging bridge reduced to 200
ଗୁଜୁରାଟରେ ଅଘଟଣ ଚେତିଲା ଓଡ଼ିଶା, ମରାମତି ହେବ ଧବଳେଶ୍ବର ଝୁଲାପୋଲ

କଟକ: ଗୁଜୁରାଟ ମୋରବିରେ ଝୁଲା ପୋଲ ଅଘଟଣ ଘଟିବା ପରେ ଚେତିଲା କଟକ ଜିଲ୍ଲା ପ୍ରଶାସନ । କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲର ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଚତୁର୍ଥ ସୋମବାର ଥିବାରୁ ଧବଳେଶ୍ବରରେ ଭକ୍ତଙ୍କର ପ୍ରବଳ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଝୁଲା ପୋଲରେ ୨୦୦ ଜଣ ଲୋକଙ୍କ ଯାତାୟାତ କରିବାକୁ କଟକଣା କରାଯାଇଛି ।

capacity of dhabaleswar hanging bridge reduced to 200

ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲ ଦୁର୍ବଳ ହୋଇପଡ଼ିଛି । ତେଣୁ ଅଧିକ ଲୋକ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି । ପୂର୍ବରୁ 600 ଲୋକ ଯିବାର ଅନୁମତି ଥିବା ବେଳେ ବର୍ତ୍ତମାନ ଏହାର କ୍ଷମତା କମାଇ 200 ରଖାଯାଇଛି । ଯେହେତୁ ଝୁଲା ପୋଲ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଓ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ସେ ଦିଗରୁ ପ୍ରଶାସନ ସଜାଗ ରହିଛି । ତେବେ ଏହାର ଯାଞ୍ଚ ପାଇଁ ଏଡିଏମଙ୍କ ନେତୃତ୍ୱରେ ଏକ ଟିମ ଆଜି ଧବଳେଶ୍ବର ଗସ୍ତ କରିବେ । ଆଜି ରାତି ଠାରୁ ଆସନ୍ତାକାଲି ଝୁଲା ପୋଲ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Morbi Cable Bridge Collapse: ମୃତ୍ୟୁ ସଂଖ୍ୟା 141କୁ ବୃଦ୍ଧି

ନିୟମିତ ବ୍ୟବଧାନରେ ମରାମତି କାର୍ଯ୍ୟ କରାଯାଉଥିବା ବେଳେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ପୀଠ ଯିବା ପାଇଁ ଡଙ୍ଗାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାସହ ଯେଉଁ ଶ୍ରଦ୍ଧାଳୁମାନେ ନିତ୍ୟାନ୍ତ ଆବଶ୍ୟକ ଅର୍ଥାତ ହବିଷ୍ୟାଳି କିମ୍ବା ମାନସିକଧାରୀ ଅଛନ୍ତି ସେହିମାନେ ହିଁ ଆସିବା ପାଇଁ ଅନୁମତି ଦିଆଯାଇଛି । କାରଣ ଅଧିକ ଲୋକ ସମାଗମ ହେଲେ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Oct 31, 2022, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.