କଟକ: ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଲୋକମାନଙ୍କୁ ସଚେତନ କରାଯାଉଛି । ଖାନନଗରସ୍ଥିତ ସାଇ ମନ୍ଦିର ନିକଟରେ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ଡାକ୍ତର ପ୍ରଶାନ୍ତ କୁମାର ପରିଡା ନିଆରା ଢଙ୍ଗରେ ଲୋକଙ୍କୁ ତମାଖୁ ବର୍ଜନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି ।
ଡାକ୍ତର ଜଣକ ନିଜ କାମରୁ ସମୟ ବାହାର କରି ଲୋକଙ୍କ ନିକଟକୁ ଯାଇ ତମାଖୁ ସେବନର କୁପ୍ରଭାବ ସମ୍ବନ୍ଧରେ ବୁଝାଉଛନ୍ତି । ସେହିପରି ଛକ ଛକ ଓ ଦୋକାନ ମାନଙ୍କୁ ଯାଇ ସଚେତନ କରାଉଛନ୍ତି ।
ତମାଖୁ ସେବନ କର୍କଟ ରୋଗର ମୁଖ୍ୟ କାରଣ । କର୍କଟରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାର ସଂଖ୍ୟା ହ୍ରାସ କରିବା ଲକ୍ଷ୍ୟରେ ଡାକ୍ତର ଓ ବିଶେଷଜ୍ଞମାନେ ତମାଖୁ ବର୍ଜନ ଉପରେ ଗୁରୁତ୍ବ ଦେଉଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ