କଟକ: ନାଗରିକତା ସଂଶୋଧନ ଆଇନ, ଏନଆରସି ଓ ଏନପିଆର ଆଇନକୁ ସଂଖ୍ୟାଲଘୁ ଓ ଦଳିତ ସୁରକ୍ଷା ମଞ୍ଚ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଏଥିପାଇଁ ଏକ ବିଶାଳ ରାଲି ଗାନ୍ଧି ଭବନରୁ କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଏହି ରାଲି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।
ଏହାପରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଣୟନ କରିଥିବା ସିଏଏ ଆଇନ ସଂଖ୍ୟାଲଘୁ ବିରୋଧୀ ବୋଲି ଏହି ସଙ୍ଗଠନ ଅଭିଯୋଗ କରିଛି। ଖାସକରି ମୁସଲିମ ସମ୍ପ୍ରଦାୟ ପାଇଁ ଏହି ଆଇନ ଘାତକ ଓ ସୁରକ୍ଷିତ ନୁହେଁ। ତେଣୁ ଏହି ଆଇନକୁ କେନ୍ଦ୍ର ସରକାର ରଦ୍ଦ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ