ETV Bharat / state

ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ, ବଡ ଭାଇ ଛୁରାମାଡ଼ରେ ସାନ ଭାଇର ମୃତ୍ୟୁ

author img

By

Published : Nov 7, 2022, 12:48 PM IST

କଟକ ଜିଲ୍ଲା ବାଉଁଶ ଗଳି ଅଞ୍ଚଳରେ ଅଭାବନୀୟ ଘଟଣା । ବଡ ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

elder brother killed to younger brother in cuttack
ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ , ବଡ ଭାଇ ଛୁରାମାଡ଼ରେ ସାନ ଭାଇର ମୃତ୍ୟୁ

କଟକ: ପାରିବାରିକ କଳହରେ ବଳି ପଡିଲା ରକ୍ତ ସମ୍ପର୍କ । ବଡ ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ଘଟିଛି । କଟକ ଜିଲ୍ଲା ବାଉଁଶ ଗଳି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ମୃତକ ଜଣକ ସଫିଉଲ୍ଲା ଖାନ ହୋଇଥିବା ଜଣାପଡ଼ିଛି ।

ବଡ ଭାଇ ଛୁରାମାଡ଼ରେ ସାନ ଭାଇର ମୃତ୍ୟୁ

କୌଣସି କାରଣକୁ ନେଇ ବଡଭାଇ ସଫିଉଲ୍ଲାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଦରଘା ବଜାର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଭାଇକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.