କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତାରେ ସେମିରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ପହଞ୍ଚିଛନ୍ତି । କ୍ରମାଗତ ଭାବେ ୱେଲସ, ମାଲେସିଆ ଓ ନାଇଜେରିଆକୁ ପରାସ୍ତ କରି ମହିଳା ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା ବେଳେ ଶ୍ରୀଲଙ୍କା, ମାଲେସିଆ, ଓ ୱେଲସକୁ ହରାଇ ସେମି ଟିକେଟ ପାଇଛି ଭାରତୀୟ ପୁରୁଷ ଦଳ ।
ପୁରୁଷ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସରଦ କମଲ, ଜି ସଥିଆନ, ଓ ମାନ ଠାକର । ସେପଟେ ମହିଳା ଦଳର ଏହି ବଡ଼ ବିଜୟରେ ଅର୍ଚ୍ଚନା କାମଥ, ମନିକା ବାତ୍ରା, ମଧୁରିକା ପାଟକର ଓ ଆହିକା ମୁଖାର୍ଜୀ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଚଳତି ଚମ୍ପିଆନସିପରେ ଭାରତ ଉଭୟ ମହିଳା ଓ ପୁରୁଷ ବର୍ଗରେ ଚମତ୍କାର ପ୍ରଦର୍ଶନ କରିଛି । ଉଭୟ ଟିମ ଫାଇନାଲରେ ପହଁଞ୍ଚି ଦେଶ ପାଇଁ ସ୍ବର୍ଣ୍ଣ ଜିତିବା ନେଇ ସଭିଙ୍କ ଆଶା ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ