ETV Bharat / state

ଅଶାନ୍ତ ନିଆଳି: ନବନିର୍ବାଚିତ ସରପଞ୍ଚଙ୍କ ଘରକୁ ବୋମାମାଡ - ନବନିର୍ବାଚିତ ସରପଞ୍ଚଙ୍କ ଘରକୁ ବୋମାମାଡ

କଟକ ଜିଲ୍ଲା ସାନମଳେଇ ଗ୍ରାମର ସରପଞ୍ଚଙ୍କ ଘରକୁ ବୋମାମାଡ । ବୋମାମାଡ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଅଧିକ ପଢନ୍ତୁ

ଅଶାନ୍ତ ନିଆଳି: ବ୍ରାହ୍ମଣ ବାଟି ପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ଘରକୁ ବୋମାମାଡ

author img

By

Published : Mar 20, 2022, 11:54 AM IST

ନିଆଳି: କଟକ ଜିଲ୍ଲା ବ୍ରାହ୍ମଣ ବାଟି ପଞ୍ଚାୟତ ସାନମଳେଇ ଗ୍ରାମର ନବନିର୍ବାଚିତ ସରପଞ୍ଚଙ୍କ ଘରକୁ ବୋମାମାଡ । ବୋମାମାଡ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଗତକାଲି(ଶନିବାର) ବିଳମ୍ବିତ ରାତିରେ ଏହି ବୋମାମାଡ ହୋଇଥିବା ସୂଚନା । ପଞ୍ଚାୟତ ନିର୍ବାଚନ ହାର ଜିତକୁ ନେଇ ବ୍ରାହ୍ମଣ ବାଟି ପଞ୍ଚାୟତରେ ଛକାପଞ୍ଝା ଲାଗି ରହୁଥିଲା । ପୂର୍ବରୁ ଦୁର୍ବୃତ୍ତ ମାନେ ପଞ୍ଚାୟତ ଅଫିସରେ ଭଙ୍ଗାରୁଜା କରୁଥିବା ବେଳେ ଗତକାଲି ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ କରିଥିଲେ ।

ଅଶାନ୍ତ ନିଆଳି: ନବନିର୍ବାଚିତ ସରପଞ୍ଚଙ୍କ ଘରକୁ ବୋମାମାଡ

ତେବେ ଏଥିରେ ସରପଞ୍ଚଙ୍କ କୌଣସି କ୍ଷତି ହୋଇନଥିବା ବେଳେ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କୁ ଭୟଭୀତ କରିବା ପାଇଁ ଏହି ବୋମାମାଡ଼ କରାଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ଅନୁସନ୍ଧାନ ଆରମ୍ଭ କରିଛି । ତେବେ କେଉଁ ଉଦ୍ଦେଶ୍ୟରେ ବୋମାମାଡ କରାଯାଇଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ଭାବେ ଜଣାପଡିବ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ ‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.