କଟକ: କଟକ ସହରରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ । ସ୍ଥିତି ଏମିତିକି ଦିନରେ ବି ଖାଲି ଦେହରେ ରହିବା ବିପଦଜନକ । କାରଣ ଯୁଆଡେ ଗଲେ ଖାଲି ମଶା ଆଉ ମଶା। ମଶା । ନିୟନ୍ତ୍ରଣ ପାଇଁ ସିଏମସି କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି ୨୬ ନମ୍ବର ୱାର୍ଡ କର୍ପୋରେଟର । ଏନେଇ ଏକ ନିଆରା ଭାବରେ ସିଏମସି କାର୍ଯ୍ୟାଳୟ ଆଗରେ ମଶାରୀ ଟାଙ୍ଗି ମଶା ଧୂପ ଲଗାଇ ପ୍ରତିବାଦ କରାଯାଇଛି । ତେବେ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।
ଇଟିଭି ଭାରତ, କଟକ