ETV Bharat / state

ଅମିତ ଶାହଙ୍କ ରୋଡ ଶୋ: ବାଉନ ବଜାର ତେପନ ଗଳିରେ ନମୋ ନମୋ

4 ହଜାରରୁ ଊର୍ଦ୍ଧ୍ବ ବିଜେପି ସମର୍ଥକଙ୍କ ସହ ରୋଡ଼ ଶୋରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 17, 2019, 11:43 PM IST

କଟକ: କମ୍ପିଲା ସିଲଭରସିଟି। ବାଉନ ବଜାର ତେପନ ଗଳିରେ ଶୁଭିଲା ନମୋ ନମୋ। 4 ହଜାରରୁ ଊର୍ଦ୍ଧ୍ବ ବିଜେପି ସମର୍ଥକଙ୍କ ସହ ରୋଡ଼ ଶୋରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମିଶନ 120 ଲକ୍ଷ୍ୟ ନେଇ ଭାଇଚାରା ସହରରେ ଲୋକଙ୍କ ସହ ମିଶିଲେ ବିଜେପି ଅଧ୍ୟକ୍ଷ।

ଏହି ରୋଡ଼ ଶୋରେ ବିଜେପି ହେଭିୱେଟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ରାପଡା ଓ କଟକ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ପ୍ରକାଶ ମିଶ୍ର ମଧ୍ୟ ସାମିଲ ହୋଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଶାହଙ୍କ ରୋଡ ଶୋ ପୂର୍ବରୁ ବୁଧବାର ବିଜେଡି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ରୋଡ଼ ଶୋ କରିଥିଲେ। ଯେଉଁଥିରେ ହଜାର ହଜାର ବିଜେଡ଼ି ସମର୍ଥକ ସାମିଲ ହୋଇଥିଲେ। କିନ୍ତୁ ବିଜେଡି ସୁପ୍ରିମୋଙ୍କ ଗସ୍ତ କଟକରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ବାରବାଟୀ ବିଧାୟକ ପ୍ରାର୍ଥୀ ସମୀର ଦେ।

ଦୀର୍ଘ ଦିନ ହେବ କଟକରେ ବଢିଚାଲିଛି ସମସ୍ୟା ଉପରେ ସମସ୍ୟା । ଏହାରି ଭିତରେ ଯାଇକା କାମ, ଡ୍ରେନ ବ୍ୟବସ୍ଥା, ପରିମଳ ବ୍ୟବସ୍ତା ମଧ୍ୟ ନକହିଲେ ଭଲ। ତେବେ ସମାଜର ବିକାଶ ନିମିତ୍ତ ବିଜେପି ନିଶ୍ଚୟ ଜନାଦେଶ ଗ୍ରହଣ କରିବ ବୋଲି କହିଛନ୍ତି ସମୀର।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.