ETV Bharat / state

ମାହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା

ମାହାଙ୍ଗାର ପୂର୍ବତନ ବ୍ଲକ ଅଧକ୍ଷ କୁଳମଣି ବରାଳଙ୍କୁ ଅତି ନିର୍ମମ ଭାବରେ ହତ୍ୟା । ଅଧିକ ପଢନ୍ତୁ..

ମହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା
ମହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା
author img

By

Published : Jan 2, 2021, 10:36 PM IST

Updated : Jan 3, 2021, 6:15 AM IST

କଟକ:ମାହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା । ମାହାଙ୍ଗାର ପୂର୍ବତନ ବ୍ଲକ ଅଧକ୍ଷ କୁଳମଣି ବରାଳଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । କୁଳମଣୀଙ୍କ ସହ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ କୁଳମଣୀ ସହଯୋଗୀଙ୍କୁ ଗୁରୁତର ଅବସ୍ଥାରେ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା

ସୂଚନା ଅନୁସାରେ , ମାହାଙ୍ଗା ଥାନା ନୃତାଙ୍ଗ ପଂଚାୟତ ଯଂକୋଟି ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ ନେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।

ତାଙ୍କ ସହ ତାଙ୍କର ଜଣେ ସହଯୋଗୀ ଦିବ୍ୟ ସିଂହ ବରାଳଙ୍କୁ ଆକ୍ରମଣ ହୋଇଥିଲା । ଦୁହିଁଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସହଯୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସେ ଘରକୁ ତାଙ୍କ ସହଯୋଗୀ ସହ ନଈବନ୍ଧ ରାସ୍ତାରେ ଘରକୁ ଫେରୁଥିବା ବେଳେ ତାଙ୍କୁ ସଂଘବଧ ଭାବେରେ ମାରଣା ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଉଭୟଙ୍କୁ ଚିକିତ୍ସା ନିମନ୍ତେ ମାହାଙ୍ଗା ମେଡିକାଲ ଆମ୍ବୁଲାନ୍ସରେ ଅଣାଯାଇଥିବାବେଳେ କୁଳମଣି ବରାଳ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ଥିବାରୁ ପୋଲିସ ମୁତୟନ କରାଯାଇଛି । ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 3, 2021, 6:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.