ETV Bharat / state

ମାହାଙ୍ଗା ମର୍ଡର କେସ, ବିଜେପି ନେତା କୁଳମଣୀଙ୍କ ପରେ ଆଖି ବୁଜିଲେ ସହଯୋଗୀ

ମାହାଙ୍ଗା ଡବଲ ମର୍ଡର କେସ । ଏହି ଆକ୍ରମଣ ଘଟଣାରେ ଗୁରୁତର ସହଯୋଗୀଙ୍କ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି । ମୃତ ସହଯୋଗୀ ହେଲେ ଦିବ୍ୟସିଂହ ବରାଳ । ଅଧିକ ପଢନ୍ତୁ...

ମାହାଙ୍ଗା ମର୍ଡର କେସ, ବିଜେପି ନେତା କୁଳମଣୀଙ୍କ ପରେ ସହଯୋଗୀ ମୃତ

author img

By

Published : Jan 3, 2021, 8:16 AM IST

Updated : Jan 3, 2021, 8:42 AM IST

କଟକ: ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣା । ଏହି ଆକ୍ରମଣ ଘଟଣାରେ ଗୁରୁତର ସହଯୋଗୀଙ୍କ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ସହଯୋଗୀ ହେଲେ ଦିବ୍ୟସିଂହ ବରାଳ। ପ୍ରଥମେ ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମାହାଙ୍ଗା ବିଜେପି ନେତା ସହଯୋଗୀଙ୍କୁ ନିର୍ମମ ହତ୍ୟା, ଉତ୍ତେଜନା ପ୍ରକାଶ

ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ଗତକାଲି ରାତ୍ରିରେ ହିଁ ଦିବ୍ୟସିଂହଙ୍କର କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି।

ମାହାଙ୍ଗା ମର୍ଡର କେସ, ବିଜେପି ନେତା କୁଳମଣୀଙ୍କ ପରେ ସହଯୋଗୀ ମୃତ

ସୂଚନା ଥାଉକି, କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ମାହାଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ବେଳେ ସ୍ଥାନୀୟରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବି ପାଇଁ ଅଡି ବସିଛନ୍ତି ବିଜେପି ନେତା ଓ କର୍ମୀ।

ତେବେ କୁଳମଣି ପୂର୍ବରୁ କଂଗ୍ରେସର ଟାଣୁଆ ନେତା ଥିବାବେଳେ ବିଜେପିରେ ସାମିଲ ହୋଇଥିଲେ। ଏବେ କୁଳମଣି ସାଲେପୁର ବିଜେପିର ମଣ୍ଡଳ ପ୍ରଭାରୀ ଥିବା ସହ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେl ପୂର୍ବତନ ବ୍ଲକ ଅଧକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହଙ୍କ ନିର୍ମମ ହତ୍ୟାରେ ମାହାଙ୍ଗାରେ ଶୋକର ଛାୟା ଖେଳିଯାଇଛି l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଏହି ଘଟଣାକୁ ନିନ୍ଦା କରିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ ଓ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 3, 2021, 8:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.