ETV Bharat / state

2024 ନିର୍ବାଚନ ବୈତରଣୀ ପାର କରିବାକୁ ଯୁବଗୋଷ୍ଠୀ ଉପରେ ବିଜେଡିର ଭରସା

author img

By

Published : May 28, 2023, 1:29 PM IST

Updated : May 28, 2023, 2:28 PM IST

ଆଗମୀ 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ବିଜୁ ଜନତା ଦଳ । ଏଥର କଟକରେ ଯୁବ ଗୋଷ୍ଠୀମାନଙ୍କ ଉପରେ ନଜର ରଖିଛି ବିଜେଡି । ଅଧିକ ପଢନ୍ତୁ

2024 election
ବିଜେଡି ବୈତରଣୀ ପାର କରିବେ ଯୁବଗୋଷ୍ଠୀ

2024 ନିର୍ବାଚନ

କଟକ: ଆଗାମୀ 2024 ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତ । ଶାସକ ବିଜୁ ଜନତା ଦଳର କର୍ମକର୍ତ୍ତା ଘନ ଘନ ବୈଠକ ଆରମ୍ଭ କରି ଦେଲେଣି । ଏଥର କଟକରେ ଯୁବଗୋଷ୍ଠୀମାନଙ୍କ ଉପରେ ନଜର ରଖିଛି ବିଜେଡି । କେବଳ ନାରା ବାଜି ନୁହେଁ ୱାର୍ଡ ସ୍ତରରେ ଦଳକୁ ବିପୁଳ ପରିମାଣର ଭୋଟ ହାତେଇବାରେ ମୁଖ୍ୟ ସାଜିବେ ଯୁବକଗୋଷ୍ଠୀ । ଏନେଇ କଟକରେ ଅନୁଷ୍ଠିତ ୱାର୍ଡ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ବାରବାଟୀ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

2009 ମସିହାରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ପାଇଁ ଯୁବକ ଟିମ ଉପରେ ଫୋକସ କରି ଆସୁଛନ୍ତି । ଦଳକୁ ବହୁମତରେ ବାଜିମାତ କରାଇଛନ୍ତି । ତେଣୁ ଆଗାମୀ ନିର୍ବାଚନ ବିଜୁ ଜନତା ଦଳର ମୁଖ୍ୟ ଆଧାର ସାଜିବେ ଯୁବଗୋଷ୍ଠୀ । ତେଣୁ ବାରବାଟୀ କଟକରେ 32ଟି ୱାର୍ଡରେ ବିଜେଡିକୁ ବହୁମତ ସବ୍ୟସ୍ତ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବେ ଯୁବ ସମାଜ । 2019 ନିର୍ବାଚନରେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେଡି କିଛି ଭୋଟରେ କଂଗ୍ରେସଠୁ ପରାଜିତ ହୋଇଥଲା । କିନ୍ତୁ ବିଜୁ ଜନତା ଦଳ ଆସନ୍ତା ନିର୍ବାଚନରେ ତାହାକୁ ପରିଵର୍ତ୍ତନ କରି ଦେଖାଇବ ବୋଲି ପଣ କରିଛି ।

ପୂର୍ବତନ ବିଧାୟକ ତଥା ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ପ୍ରତକ୍ଷ୍ୟରେ ନହେଲେ ବି ପରୋକ୍ଷରେ ସ୍ପଷ୍ଟ କରିବା ଆରମ୍ଭ କଲେଣି । ପୂର୍ବରୁ ଖ୍ରୀଷ୍ଟିଆନ ପଡିଆରେ ଆୟୋଜିତ ବିଜୁ ଜନତା ଦଳର 26ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପରି ସଂକଳ୍ପ କରିଥିଲା ବିଜେଡି । ଗତ ପୌର ନିର୍ବାଚନ ବିଜେଡି ବାରବାଟୀରେ ତାର ଦମ ଦଖେଇଥିଲା । ନିର୍ବାଚନ ମଣ୍ଡଳୀରୁ 28ଟି କର୍ପୋରେଟର ଆସନ ଦେବା ସହ ମେୟର ସୁବାସ ସିଂ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ଜିତିଇଥିଲେ ।

ଏହା ବି ପଢନ୍ତୁ...ନବ ଦାସ ହତ୍ୟାକାଣ୍ଡର କେମିତି ତଦନ୍ତ କରାଯାଇଥିଲା, ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ

ଏହା ବି ପଢନ୍ତୁ...କାଳବୈଶାଖୀ ପ୍ରଭାବ, ଖୁବଶୀଘ୍ର କଟକ ବସ୍ତି ବାସିନ୍ଦାଙ୍କୁ ମିଳିବ ସହାୟତା: ମେୟର

2024 ନିର୍ବାଚନରେ କଟକରେ ବିଜେଡି ବିପୁଳ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଆସନ୍ତା 2024ରେ ବିଜେଡି ଜିତିବା ଏକ ପ୍ରକାର ନିଶ୍ଚୟ ହୋଇ ସାରିଛି । କଟକର ବିକାଶ ଦିଗରେ ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଉଛନ୍ତି ତାହାକୁ ନେଇ କଟକବାସୀ ସର୍ଵଦା ଋଣି । ସେ ବସ୍ ଟର୍ମିନାଲ ହେଉ କି ଏସିବି ମେଡିକାଲ ସମ୍ପ୍ରସାରଣ ସବୁ ବିକାଶ ମୂଳକ କାର୍ଯ୍ୟ କଟକରେ ଜାରି ରହିଛି । କଟକର ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ସବୁ ଦିଗକୁ ନୂଆ ରୂପ ଦେବା ଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷକରି ତାଳଦଣ୍ଡା କେନାଲରେ ପର୍ଯ୍ୟଟନକୁ ରଖିବା । ତାହା ମଧ୍ୟ ଏକ ନୂତନ ପରିଚୟ ସୃଷ୍ଟି କରିବ । ତେଣୁ ଏହି ପ୍ରରିପ୍ରେକ୍ଷୀରେ କଟକରେ ଆସନ୍ତା 2024 ନିର୍ବାଚନ ବିଜେଡି ପକ୍ଷରେ ହିଁ ଯିବ ବୋଲି କହିଛନ୍ତି ବାଙ୍କୀ ବିଧାୟକ ଓ ଜିଲ୍ଲା ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ଇଟିିଭି ଭାରତ, କଟକ

Last Updated : May 28, 2023, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.