ETV Bharat / state

ଦଳବିରୋଧୀ କାର୍ଯ୍ୟ ପାଇଁ ୫ ବିଜେଡି କର୍ମୀ ବହିଷ୍କୃତ

author img

By

Published : Mar 26, 2022, 8:08 AM IST

Updated : Mar 26, 2022, 9:56 AM IST

ଦଳବିରୋଧି କାର୍ଯ୍ୟ ପଡିଲା ମହଙ୍ଗା । କଟକରେ ଗୋଟିଏ ଦିନରେ 5 ଜଣ କର୍ମୀଙ୍କୁ ବହିଷ୍କୃତ କଲା ବିଜେଡି । ଅଧିକ ପଢନ୍ତୁ

ଦଳବିରୋଧୀ କାର୍ଯ୍ୟ ପାଇଁ ୫ ବିଜେଡି କର୍ମୀ ବହିଷ୍କୃତ
ଦଳବିରୋଧୀ କାର୍ଯ୍ୟ ପାଇଁ ୫ ବିଜେଡି କର୍ମୀ ବହିଷ୍କୃତ

କଟକ: ଦଳବିରୋଧି କାର୍ଯ୍ୟ ପଡିଲା ମହଙ୍ଗା । କଟକରେ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିର କାର୍ଯ୍ୟାନୁଷ୍ଠାନ । ଗୋଟିଏ ଦିନରେ 5 ଜଣ କର୍ମୀଙ୍କୁ ବିଦା କଲା ଦଳ(bjd workers expelled for anti-party activities) । ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିଲୋଚନା ପଣ୍ଡା ଦଳରୁ ବହିଷ୍କୃତ ହୋଇଛନ୍ତି । କଟକ ମହାନଗର ନିଗମ ନିର୍ବାଚନ ସମୟରେ ଦଳବିରୋଧି କାର୍ଯ୍ୟ ପାଇଁ ତାଙ୍କୁ ବାହାର କରିଛି ବିଜେଡି । ଦଳବିରୋଧ କାର୍ଯ୍ୟ ଅଭିଯୋଗରେ ବହିଷ୍କାର କଲେ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ।

ବିଜେଡିର 48 ନମ୍ବର ଓ୍ବାର୍ଡର ମହିଳା ସଭାପତି ଇତିଶ୍ରୀ ପଣ୍ଡା ଓ ଛାତ୍ର ନେତା ରୁଦ୍ର ନାରାୟଣ ମହାପାତ୍ରଙ୍କ ସମେତ 2 ନମ୍ବର ଓ୍ବାର୍ଡର ସଭାପତି ଇତିଶ୍ରୀ ବେହେରା ଓ 26 ନମ୍ବର ଓ୍ବାର୍ଡର ସଭାପତି ଚନ୍ଦନ ଦାସଙ୍କୁ ମଧ୍ୟ ନିଲମ୍ବିତ କରିଛି ବିଜେଡି । ପୌର ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସମସ୍ତଙ୍କୁ ବହିଷ୍କୃତ କରିଛି ଦଳ । ନିକଟରେ ଦଳବିରୋଧି କାର୍ଯ୍ୟରେ ଲିପ୍ତ ଥିବା ଅନେକ ନେତା ଓ କର୍ମୀଙ୍କୁ ବିଜେଡି ବିଦା କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 26, 2022, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.