ETV Bharat / state

BJD Executive Meeting: ବିଧାନସଭା ନିର୍ବାଚନ ପାଇଁ ପାଗ ଭିଡା, ନିଆଳିରେ ବିଜେଡି ବୈଠକ - BJD Executive Meeting

ନିଆଳି ଆସନ ପୁଣି ଥରେ ଦଖଲ କରିବାକୁ ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଅଧିକ ପଢନ୍ତୁ

Bjd Executive Meeting in Niali
Bjd Executive Meeting in Niali
author img

By

Published : Jul 20, 2023, 1:15 PM IST

Bjd Executive Meeting in Niali

ନିଆଳି: ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାରେ ଲାଗିପଡିଛି ବିଜେଡି । ଘନ ଘନ ବୈଠକ ସହ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଲିଛି ମାନସ ମନ୍ଥନ । ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସମାବେଶ କରି ବଳ ଗୋଟାଉଛି ଶାସକ ଦଳ । ବୁଧବାର ନିଆଳି ଠାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ,ସାଂସଦ ଓ ବହୁ ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ । ନିଆଳି ବିଜେଡି ଗଡ ଆଗାମୀ ନିର୍ବାଚନରେ ପୁନର୍ବାର ଚତୁର୍ଥ ଥର ପାଇଁ ଦଳ ଏଠାରେ ବିଜୟୀ ହେବ ବୋଲି ଦୃଢୋକ୍ତି ବାଢିଥିଲେ ବରିଷ୍ଠ ନେତା ।

ଏହା ମଧ୍ୟ ପଢନ୍ତୁ-2024 ନିର୍ବାଚନକୁ ନେଇ ବିଜେଡି ନେତାଙ୍କ ସହ ପ୍ରଣବ ପ୍ରକାଶ ଦାସଙ୍କ ରୁଦ୍ଧଦ୍ବାର ବୈଠକ

ମିଳିଥିବା ସୂଚନା ଅନୁଯାୟୀ, ନିଆଳି ଆସନକୁ ପୁଣି ଥରେ ନିଜ ଅଧିନକୁ ଆଣିବାକୁ ଜୋରଦାର କସରତ ଆରମ୍ଭ କରିଦେଇଛି ବିଜେଡି । ବୁଧବାର ନିଆଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି କାର୍ଯ୍ୟକାରିଣୀ ବୈଠକ ପ୍ରାଚୀ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ବିଧାନସଭା ନିର୍ବାଚନରେ ବିଜେଡ଼ି ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ନିଆଳି ନିର୍ବାଚନୀ ମଣ୍ଡଳୀରୁ ତିନିଥରର ବିଧାୟକ ହୋଇଥିବା ପ୍ରମୋଦ ମଲ୍ଲିକ ଚତୁର୍ଥ ଥର ନିଆଳିରୁ ପ୍ରାର୍ଥୀ ହେବା ସହ ବିପୁଳ ସଂଖ୍ୟାରେ ବିଜୟୀ ହେବେ ବୋଲି ଦଳର ବରିଷ୍ଠ ନେତାମାନେ ଦୃଢୋକ୍ତି ବାଢିଥିଲେ ।‌

ମୁଖ୍ୟମନ୍ତ୍ରୀଙ୍କ ହାତକୁ ଆହୁରି ଟାଣ କରିବା ପାଇଁ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି, ଦଳର କର୍ମୀ, ସାଙ୍ଗଠନିକ ନେତୃବୃନ୍ଦ ମାନଙ୍କୁ ଗୁରୁ ମନ୍ତ୍ର ଦେବା ସହ ଜିତାଇବାକୁ କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ ଦଳର ବରିଷ୍ଠ ନେତା । ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କ ନେତୃତ୍ୱରେ ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଟକ ଜିଲ୍ଲା ବିଜେଡି ସମ୍ପାଦକ ଅକ୍ଷୟ ମହାନ୍ତି ସଂଯୋଜନା କରିଥିଲେ । ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ଦଳର ପ୍ରାର୍ଥୀ ପାଇଁ ୬ ଜଣ ପ୍ରାର୍ଥୀ ଟିକେଟ ରେସରେ ରହିଛନ୍ତି । ବିଜେଡ଼ି କାର୍ଯ୍ୟକାରୀ ବୈଠକରେ ପ୍ରମୋଦଙ୍କ ସପକ୍ଷରେ ହାଓ୍ବା ବୋହୁଥିବାରୁ ଟିକେଟ ରେସର ଥିବା ପ୍ରାର୍ଥୀ ମାନଙ୍କ ଆଗାମୀ ଦିନରେ ରଣନୀତି କ'ଣ ହେବ ତାହା ଦେଖିବାକୁ ବାକି ରହିଲା । ନିଆଳି ନିର୍ବାଚନ ମଣ୍ଡଳୀର କଣ୍ଟାପଡ଼ା,ବାରଙ୍ଗ ଓ ନିଆଳି ବ୍ଲକର ବିଜେଡିର ବହୁ ନେତା, କର୍ମୀ ଓ ସାଙ୍ଗଠନିକ ନେତୃବୃନ୍ଦ ବୈଠକରେ ସାମିଲ ହୋଇଥିଲେ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.