ETV Bharat / state

ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବା ଘଟଣା; କଟକରେ ଗର୍ଜିଲେ ମହିଳା ବିଜେଡି କର୍ମୀ

author img

By ETV Bharat Odisha Team

Published : Oct 1, 2023, 8:56 AM IST

Updated : Oct 1, 2023, 2:00 PM IST

ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବା ଘଟଣାରେ ମହିଳା ବିଜେଡ଼ି କର୍ମୀଙ୍କ ଆନ୍ଦୋଳନ । ମହିଳାଙ୍କୁ ଅସମ୍ମାନ କରୁଥିବା ଦଳକୁ ଲୋକମାନେ ଉଚିତ ଜବାବ ଦେବେ ଦେବେ କହିଲେ ।

ମହିଳା ବିଜେଡ଼ି କର୍ମୀଙ୍କ ଆନ୍ଦୋଳନ
ମହିଳା ବିଜେଡ଼ି କର୍ମୀଙ୍କ ଆନ୍ଦୋଳନ
ମହିଳା ବିଜେଡ଼ି କର୍ମୀଙ୍କ ଆନ୍ଦୋଳନ

କଟକ: ବାଚସ୍ପତିଙ୍କୁ ବିଜେପିର ବିଧାୟକ ଡାଲି ପିଙ୍ଗିବା ଘଟଣାକୁ ନେଇ ତେଜୁଛି ବିବାଦ । କଟକରେ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେଡି ମହିଳା ସଂଗଠନ । ଶତାଧିକ ମହିଳା କର୍ମୀ ବିଭିନ୍ନ ପ୍ରକାର ବ୍ୟାନରରେ ଭାରତୀୟ ଜନତା ପାର୍ଟିକୁ ସିଧାସଳଖ ଟାର୍ଗେଟ କରିଛି । ବିଜେପି ଜାଣିଶୁଣି ମହିଳା ବାଚସ୍ପତିଙ୍କୁ ଅପମାନିତ କରିଛି ବୋଲି ଅଭିଯୋଗ କରିଛି । କେବଳ ସେତିକି ନୁହେଁ ଶତାଧିକ ମହିଳାମାନେ ବିଜେପି ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିଶାଳ ଶୋଭାଯାତ୍ରାରେ ବାହିରି ଥିଲେ । ହାତରେ ମହମବତୀ ଧରି ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ ମହିଳା ବିଜେଡି ଦଳର କର୍ମୀ । କଟକ ବାରବାଟୀ, ସଦର ଏବଂ ଚୌଦ୍ୱାରର ସମସ୍ତ ମହିଳା କର୍ମୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ମହିଳାମାନଙ୍କୁ ବିଜେପିର ଇଏ କେଉଁ ପ୍ରକାର ସମ୍ମାନ ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି ଏବଂ ଏଭଳି ଅସମ୍ମାନ କରୁଥିବା ଦଳକୁ ଲୋକମାନେ ଉଚିତ ଜବାବ ଦେବେ ବୋଲି କହିଛନ୍ତି । ତେବେ କଟକ ମହାନଗର ନିଗମର ସମସ୍ତ ମହିଳା କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପଦପଦବୀରେ ଥିବା କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ନିର୍ବାଚନ ପୂର୍ବରୁ ଏଭଳି ଆନ୍ଦୋଳନ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି କି ଏହିପରି ମୁବ୍ଦାକୁ ନେଇ ବିଜୁ ଜନତା ଦଳ ବିରୋଧୀଙ୍କୁ ଟାର୍ଗେଟ୍‌ କରିବ ।

ଏହାମଧ୍ୟ ପଢନ୍ତୁ: Assembly Session: ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

ବିଧାନସଭା ଅଧିବେଶନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡିୟମ ଉପରକୁ ବିରୋଧୀଙ୍କ ଡାଲି ଫିଙ୍ଗିବାରେ ରାଜନୀତି ସମୀକ୍ଷକ ଓମକାର ରାଉତ କହିଛନ୍ତି ଯେ, ବାଚସ୍ପତି ହେଉଛନ୍ତି ଗୃହର ମୁଖ୍ୟ । ତାଙ୍କୁ ସମସ୍ତେ ସମ୍ମାନ ଦେବା ଉଚିତ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଗୃହର ଗାରିମା ରଖିବା ସମସ୍ତ ସଦସ୍ୟଙ୍କ କର୍ତ୍ତବ୍ୟ । ଏଭଳି ସ୍ଥିତିରେ ଗୃହ ଭିତରେ ଗୁରୁବାର ଯେଉଁ ଅଘଟଣ ଘଟିଲା ତାହା ନିନ୍ଦନୀୟ । କାରଣ ବିରୋଧୀ ଯେଉଁ ଢଙ୍ଗରେ ଡାଲି ପିଙ୍ଗିଲେ ଓ ଯେଉଁ ଉପାହାର ଦେବା କଥା କହୁଛନ୍ତି ତାହା ଠିକ ନୁହେଁ । ବିଧାନସଭାରେ ଜଣେ ବାଚସ୍ପତିଙ୍କୁ ଏପରି ବ୍ୟବହାର କରିବା ଅସାମ୍ବିଧାବିକ ।

କଣ ଥିଲା ଘଟଣା....

ବିଜେପିର ଦୁଇ ବିଧାୟକ ପଲିଥିନରେ ଡାଲି ନେଇ ଗୃହକୁ ଆସିଥିଲେ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ପରେ ବାଚସ୍ପତିଙ୍କ ପୋଡିୟମକୁ ଉଭୟ ଡାଲି ଫିଙ୍ଗିଥିବାର ଅଭିଯୋଗ ହୋଇଥିଲା । ଏହାପରେ ଉଭୟଙ୍କୁ ନିଲମ୍ବିତ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରସ୍ତାବ ଆଣିଥିଲେ । ବିଜେପିର ଦୁଇ ବିଧାୟକ ଗୃହ କାର୍ଯ୍ୟରେ ବାଧକ ଆଣୁଛନ୍ତି । ତେଣୁ ଗୃହ କାର୍ଯ୍ୟରୁ ସେମାନଙ୍କୁ ବାଦ ଦେବାକୁ ପ୍ରଶାନ୍ତ ମୋସନ ଆଣିଥିଲେ । ଯାହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି । ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଅଧିବେଶନର ଅବଶିଷ୍ଟ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Oct 1, 2023, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.