ETV Bharat / state

Baliyatra 2022: ବାଲିଯାତ୍ରାରେ ମେଲିଛି ମସଲା ପସରା, ଜମୁଛି ଭିଡ ଲାଭବାନ ବ୍ୟବସାୟୀ

ରୋଷେଇ ଟିକିଏ ମସଲାଦାର ନହେଲେ ତାହା ସ୍ବାଦ ବିହୀନ ହୋଇପଡ଼େ । ଏଥିପାଇଁ ବାଲିଯାତ୍ରାରେ ମସଲାର ଚାହିଦା ରହିଛି । ପ୍ରତ୍ୟେକ ଦିନ ମସଲାର ନାନା ପ୍ରଡକ୍ଟ କିଣି ନେଉଛନ୍ତି ଗ୍ରାହକ । ଅଧିକ ପଢ଼ନ୍ତୁ

Baliyatra 2022
Baliyatra 2022
author img

By

Published : Nov 15, 2022, 10:21 PM IST

Updated : Nov 16, 2022, 12:29 PM IST

କଟକ: ଐତିହାସିକ ବାଲିଯାତ୍ରାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ପ୍ରତ୍ୟେକ ଷ୍ଟଲ୍‌ରେ ପର୍ଯ୍ୟଟକ କିଛି ନା କିଛି କିଣି ନେଉଥିବା ବେଳେ ମସଲା ଷ୍ଟଲ୍‌ ମଧ୍ୟ ଏଥିରୁ ବାଦ ପଡ଼ିନି । ଖାଦ୍ୟକୁ ଚଟପଟା ଓ ସ୍ବାଦିଷ୍ଟ କରିବା ପାଇଁ ବାଲିଯାତ୍ରାରେ ମେଲିଛି ମସଲା ପସରା । ଆକର୍ଷଣୀୟ ଅପ ରହିଥିବାରୁ ଲେକଙ୍କ ଭିଡ ପରିଲକ୍ଷିତ ହେଉଛି ।

ବାଲିଯାତ୍ରାରେ ମେଲିଛି ମସଲା ପସରା

ଏହା ମଧ୍ୟ ପଢନ୍ତୁ: ହୃଦଘାତ କିମ୍ବା ଷ୍ଟ୍ରୋକ୍ ବିପଦକୁ ହ୍ରାସ କରେ ସକାଳ ବ୍ୟାୟାମ

ରୋଷେଇ ଟିକିଏ ମସଲାଦାର ନହେଲେ ତାହା ସ୍ବାଦ ବିହୀନ ହୋଇପଡ଼େ । ବିନା ମସଲାରେ ତରକାରୀ କରିବା ସମ୍ଭବପର ହେଉନାହିଁ । ଆଉ ବିନା ମସଲାରେ ବି ତରକାରୀ ରୁଚିକର ହୁଏ ନାହିଁ । ସେଥିପାଇଁ ଆମେ ବଜାରରୁ ଅନେକ ମସଲା କିଣିଥାଉ । ଏବେ ଅନେକ ବେନାମୀ ବ୍ରାଣ୍ଡ୍‌ର ମସଲା ବି ବଜାରକୁ ଆସିଲାଣି । ତେବେ କେଉଁ ମସଲା ଖାଇବା ଉଚିତ ଏବଂ କେଉଁଟା ଅନୁଚିତ ତାହା ପରଖିବାକୁ ସାଧାରଣତଃ କଷ୍ଟସାଧ୍ୟ ହୋଇଥାଏ । ଆମେ ଯଦି ବେନାମୀ ମସଲା ଖାଇବା ତେବେ ସେଥିରେ ଆମ ଦେହ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ବାଲିଯାତ୍ରାର ଖଚାଖଚ ଭିଡ଼ ମଧ୍ୟରେ ମସଲା ଷ୍ଟଲ୍‌କୁ ଖୋଜି ପହଞ୍ଚୁଛନ୍ତି ଗ୍ରାହକ । ପ୍ରତ୍ୟେକ ଦିନ ମସଲାର ନାନା ପ୍ରଡକ୍ଟ କିଣି ନେଉଛନ୍ତି । ବାଲିଯାତ୍ରା ଆହୁରି ଏକ ଦିନ ବଢିଥିବାକୁ ବେପାର ଆହୁରି ବଢିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: BaliYatra 2022: ଆଉ ଗୋଟିଏ ଦିନ ବଢିଲା ବାଲିଯାତ୍ରା

ସୂଚନାଯୋଗ୍ୟ ଯେ," ଆଉ ଗୋଟିଏ ଦିନ ବଢିଛି ବାଲିଯାତ୍ରା । ଆଜି ଶେଷ ହୋଇଥାନ୍ତା କଟକ ଐତିହାସିକ ବାଲିଯାତ୍ରା (Cuttack Balijatra) । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟେ ଦିନ ବୃଦ୍ଧି କରାଯାଇଛି । ଅର୍ଥାତ 17 ତାରିଖ ଦିନ ଶେଷ ହେବ ବାଲିଯାତ୍ରା । ଏନେଇ ବ୍ୟବସାୟୀ ମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ଇଟିଭି ଭାରତ, କଟକ

Last Updated : Nov 16, 2022, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.