ETV Bharat / state

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ନେଇ ଅସନ୍ତୋଷ ଜାହିର କଲେ ହାଇକୋର୍ଟ - ହାଇକୋର୍ଟ

ଭୁବନେଶ୍ବରରେ ଜଣେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ କରାଯାଇଥିବା ମାମଲା ରୁଜୁ ଘଟଣାରେ ତଦନ୍ତ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଅସନ୍ତୋଷ ଜାହିର କଲେ ହାଇକୋର୍ଟ । ସମ୍ପୂର୍ଣ୍ଣ ପଢନ୍ତୁ...

ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲା
ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲା
author img

By

Published : Sep 30, 2020, 4:56 PM IST

କଟକ: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଆଜି (ମଙ୍ଗଳବାର) ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି ଭୁବନେଶ୍ୱର ଡିସିପି। ତେବେ ତଦନ୍ତ ପ୍ରକ୍ରିୟାରେ ବିଳମ୍ବିକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ଘଟଣାର ପ୍ରାୟ ୧୨୦ ଦିନ ପରେ ଥାନାରେ ମାମଲା ରୁଜୁ କରାଯାଇଥିବା ଆଜିର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ।

ତେବେ କୋର୍ଟ ଏହାକୁ ଗୁରୁତର ନେବା ସହ ଜଣେ ଡିସିପି ଶ୍ରେଣୀର ବରିଷ୍ଠ ପୋଲିସ ଅଫିସର ଘଟଣାର ତଦନ୍ତ କରି ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ ଭୁବନେଶ୍ୱରରେ ଜଣେ ନାବାଳିକା ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.