ETV Bharat / state

‘ୱାନ୍ ବାର୍ ୱାନ୍ ଭୋଟ୍’ ଆଧାରରେ ଓକିଲ ସଂଘର ନିର୍ବାଚନ

ରାଜ୍ୟରେ ଥିବା ସମସ୍ତ ବାର ଆସୋସିଏସନ ଗୁଡିକରେ କାର୍ଯ୍ୟନିର୍ବାହୀ କମିଟି ଗଠନ କରିବା ନିମନ୍ତେ ଓକିଲ ସଂଘର ଏକାସଙ୍ଗେ ନିର୍ବାଚନ ଆରମ୍ଭ ହୋଇଛି । ‘ୱାନ୍ ବାର୍ ୱାନ୍ ଭୋଟ୍’ ଆଧାରରେ ଏହି ନିର୍ବାଚନ ଆରମ୍ଭ ହେଉଛି । ଏହି ନିର୍ବାଚନ ନିୟମ ଅନୁସାରେ ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ହିଁ ଭୋଟ୍ ଦେଇପାରିବେ।

author img

By

Published : Mar 30, 2019, 5:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଓଡିଶାର ସମସ୍ତ 157ଟି ଓକିଲ ସଂଘର ଏକାସଙ୍ଗେ ନିର୍ବାଚନ ଆରମ୍ଭ ହୋଇଛି । ‘ୱାନ୍ ବାର୍ ୱାନ୍ ଭୋଟ୍’ ଆଧାରରେ ଏହି ନିର୍ବାଚନ ଆରମ୍ଭ ହେଉଛି । ଶନିବାର ଦିନ ହାଇକୋର୍ଟ ପରିସରରେ ସକାଳ 8ଟାରୁ ନିର୍ବାଚନ ଆରମ୍ଭ ହୋଇଥିଲା । ଯାହା ଦିନ 2ଟା ପର୍ଯ୍ୟନ୍ତ ଚାଲିଥିଲା । ଶୃଙ୍ଖଳିତ ଢଙ୍ଗରେ ସମସ୍ତ ଆଇନଜୀବୀମାନେ ମତଦାନ କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ବାର ଆସୋସିଏସନ ଗୁଡିକରେ କାର୍ଯ୍ୟନିର୍ବାହୀ କମିଟି ଗଠନ କରିବା ନିମନ୍ତେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, ଓଡିଶା ହାଇକୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ରାଜ୍ୟ ବାର କାଉନସିଲକୁ ଏହି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ମାର୍ଚ୍ଚ ଶେଷ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶର ବିଭିନ୍ନ ବିଚରାଳୟରେ ଆଇନଜୀବୀଙ୍କର ପ୍ରକୃତ ସଂଖ୍ୟା ସମ୍ପର୍କରେ ଅବଗତ ହେବାକୁ ୨୦୧୫ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ‘ୱାନ୍ ବାର୍, ୱାନ୍ ଭୋଟ୍’ ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ମନେ କରିଥିଲେ। ଆଉ ଏହି ଢାଞ୍ଚାରେ ନିର୍ବାଚନ କରିବାକୁ ସମସ୍ତ ବାର କାଉନସିଲ୍ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ ।

ସର୍ବୋଚ୍ଚ ନ୍ୟାୟାଳୟର ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ବାର କାଉନସିଲ୍ ଫେବୃଆରୀ ୨୪ ତାରିଖରେ ଏସମ୍ପର୍କିତ ଏକ ପ୍ରସ୍ତାବକୁ ସର୍ବସମ୍ମତ ଭାବେ ଗୃହୀତ କରିଥିଲେ । ନିର୍ବାଚନ ନିୟମ ଅନୁସାରେ ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ହିଁ ଭୋଟ୍ ଦେଇପାରିବେ। ତେବେ ଆଜିର ଏହି ନିର୍ବାଚନୀ ମତଦାନ କେନ୍ଦ୍ରରେ ସୁରକ୍ଷା ଓ ଶୃଙ୍ଖଳାକୁ ବିଶେଷ ଗୁରୁତ୍ବ ଦିଆଯାଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

OD_BAM_SAMIR_ON_NEW_CDMO_BYTE
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.