କଟକ: ଚଳିତ ବର୍ଷ ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ କରିବାକୁ ଲାଗି ପଡିଛି ପ୍ରଶାସନ । ଏଥର ରିକ୍ସା ଭଳି ଜଳକ୍ରୀଡାର ମଜା ନେବେ ଲୋକେ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।
ଜଳକ୍ରୀଡା ପାଇଁ କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି । ଯାହାର ମଜା ଉଠାଇବେ ପିଲା ଠାରୁ ବୁଢା । ପ୍ରଥମଥର ପାଇଁ ଏଭଳି ଜଳକ୍ରୀଡାର ଆୟୋଜନ କରାଯାଉଛି । ଯାହା ଲୋକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶା କରିଛନ୍ତି ଜିଲ୍ଲାପାଳ । ସେପଟେ ପ୍ରଶାସନର ଏଭଳି ଐତିହାସିକ ନିଷ୍ପତ୍ତି ପାଇଁ ଲୋକେ ମଧ୍ୟ ଖୁସି ଜାହିର କରିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ