କଟକ: ପ୍ରବଳ ଝଡ଼ବର୍ଷାରେ ଛାରଖାର ହୋଇଯାଇଛି ବାଲିସାହି ବସ୍ତି । ପ୍ରବଳ ବର୍ଷା ସହ ପବନ ହେବା ଫଳରେ ଟେଣ୍ଟରେ ଥଇଥାନ ହୋଇଥିବା ବାସିନ୍ଦାଙ୍କୁ ପଡିଛି ଦୁର୍ଦ୍ଦଶା । ସବୁ ଭାଙ୍ଗି ଚୁରମାର ହୋଇଯାଇଛି । ତେବେ ତୁରନ୍ତ ସହାୟତା ଦାବି କରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳକୁ ଯାଇଥିବା ପୋଲିସ ଭ୍ୟାନ ଓ କଟକ ମହାନଗର ନିଗମର କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ବସ୍ତି ବାସିନ୍ଦା । ଏହି ଆକ୍ରମଣରେ କିଛି ମହାନଗର କର୍ମଚାରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।
ବର୍ଷା ପବନରେ ସବୁ କିଛି ଭାଙ୍ଗିଯିବା ପରେ ତୁରନ୍ତ ଥଇଥାନ ଦାବିରେ ବସ୍ତି ବାସିନ୍ଦା ଦାବି କରିଛନ୍ତି । ଅନ୍ୟ ପଟେ ଘଟଣାସ୍ଥଳରେ ଉତ୍ତେଜନାକୁ ଦେଖି ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ