ETV Bharat / state

ଭାଲେଣ୍ଟାଇନ୍ସ ଡେ'କୁ ବଜରଙ୍ଗ ଦଳର ବିରୋଧ, ପାର୍କରେ ବସିଥିବା ପ୍ରେମୀ ଯୁଗଳଙ୍କୁ ତଡିଲେ - ପ୍ରେମୀ ଯୁଗଳ

କଟକରେ ଭାଲେଣ୍ଟାଇନ୍ସ ଡେ'କୁ ବଜରଙ୍ଗ ଦଳର ବିରୋଧ । ପାର୍କ, ନିକାଞ୍ଚନ ସ୍ଥାନରେ ପ୍ରେମୀ ଯୁଗଳଳଙ୍କୁ ଭଗାଇବା ସହିତ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଅଧିକ ପଢନ୍ତୁ

Bajrang Dal protest
Bajrang Dal protest
author img

By

Published : Feb 14, 2023, 4:55 PM IST

ପାର୍କରେ ବସିଥିବା ପ୍ରେମୀ ଯୁଗଳଙ୍କୁ ତଡିଲେ

କଟକ: ଫେବୃଆରୀ ୧୪ ତାରିଖରେ ସାରା ବିଶ୍ବରେ ପାଳିତ ହୁଏ ଭାଲେଣ୍ଟାଇନ୍ସ ଡେ' । ପରସ୍ପର ପ୍ରତି ନିଜର ପ୍ରେମ ଭାବନାକୁ ଜାହିର କରିବା ଲାଗି ପ୍ରେମୀ ଯୁଗଳମାନେ ଏହି ଦିବସ ପାଳନ କରନ୍ତି । ହେଲେ କଟକରେ ଭାଲେଣ୍ଟାନ ଡେ'କୁ ପଣ୍ଡ କରିଛି ବଜରଙ୍ଗ ଦଳ । ଏହି ଦିବସକୁ ବିରୋଧ କରିବା ସହିତ ନାରାବାଜି କରିଛି । ବର୍ତ୍ତମାନ ସମୟରେ ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ'ର ଅର୍ଥ କେବଳ ନଗ୍ନତା ବୋଲି କହିଛି ବଜରଙ୍ଗ ଦଳ । ଏହାସହିତ ପାର୍କରେ ବସିଥିବା ପ୍ରେମୀଯୁଗଳମାନଙ୍କୁ ତଡ଼ିଥିବା ଦେଖିବାକୁ ମିଳିଛି ।

ବଜରଙ୍ଗ ଦଳର କହିବାନୁସାରେ ଆଜିର ଯୁବପିଢୀ ପାଶ୍ଚାତ୍ୟ ପରମ୍ପରାକୁ ବେଶ ଆପଣାଇବାରେ ଲାଗିଛନ୍ତି । ଏଥିରେ ଏକପ୍ରକାର ନିମଗ୍ନ ହୋଇପଡ଼ିଛନ୍ତି । ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀ ଏହି ଦିଗରେ ବେଶ ଆଗରେ । ପାର୍କ ହେଉ କି ନିକାଞ୍ଚନ ସ୍ଥାନ ସେଇଠି ଆଜିର ଦିବସକୁ ଖୁବ ଆନନ୍ଦର ସହ ପାଳନ କରିବା ନେଇ ଯୋଜନା ରଖିଥାନ୍ତି ଆଜିର ଯୁବ ସମାଜ । ଯାହା ଭାରତୀୟ ପରମ୍ପରା ବିରୋଧ । ଇତିହାସରେ ଅନେକ ଶାଶ୍ବତ ପ୍ରେମର ଉଦାହରଣ ରହିଛି । ଯେଉଁଟି ଏପରି ନଗ୍ନତାର ଆଚରଣ ଦୃଷ୍ଟିଗୋଚର ହୁଏନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ପାର୍କ, ପଡିଆ, ନିକାଞ୍ଚନ ସ୍ଥାନମାନଙ୍କରେ ଏହି ପ୍ରେମୀ ଯୁଗଳମାନେ ଏପରି ଆଚରଣ କରୁଛନ୍ତି ।

ଏହା ବି ପଢନ୍ତୁ- ବିଜେଡି ବିଜେପିର ଆନ୍ଦୋଳନ, ଟ୍ରାଫିକ ଜାମରେ ପେସି ହେଲ ରାଜଧାନୀବାସୀ

ଯୁବପିଢୀଙ୍କ ଏପରି ଆଚରଣ ଦ୍ବାରା ସମାଜ ନିନ୍ଦାର ପରିସର ମଧ୍ୟକୁ ଟାଣି ହୋଇଯାଉଛି ବୋଲି ଦଳ କହିଛି । ଏ ନେଇ ଆଜି ସକାଳୁ କଟକର ବିଭିନ୍ନ ବଡ଼ ବଡ଼ ପାର୍କ, କଟକ ଇନ କଟକ, ରିଭର ଭ୍ୟୁ ପଏଣ୍ଟ ଓ ଅନ୍ୟାନ୍ୟ ନିକାଞ୍ଚନ ସ୍ଥାନମାନଙ୍କରେ ବଜରଙ୍ଗ ଦଳ ଅଚାନକ ହାବୁଡିବା ପରେ ପ୍ରେମୀ ଯୁଗଳମାନେ ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ବର୍ତ୍ତମାନ ସମୟରେ ବିଦେଶୀ ସଂସ୍କୃତିକୁ ଆପଣେଇବା ଦ୍ବାରା ଭାଲେଣ୍ଟଆଇନ୍ସ ଡେ' ନାଁରେ ଏପରି ସମାଜକୁ କଳୁଷିତ କରାଯାଉଛି । ଯାହାକୁ ଦଳ ତୀବ୍ର ବିରୋଧ କରୁଛି ବୋଲି କହିଛନ୍ତି ଦଳର ସମସ୍ତ କର୍ମୀ ।

ସୂଚନା ଥାଉ କି ଆଜିର ଦିନଟି ପ୍ରେମୀ ଯୁଗଳମାନଙ୍କ ବେଶ ଖାସ ରହିଥାଏ । ୬ଦିନ ଧରି ରୋଜ୍‌ ଡେ, ଚକୋଲେଟ ଡେ ଭଳି ଦିବସ ପାଳିବା ପରେ ପ୍ରେମ ସପ୍ତାହର ଶେଷ ଦିନ ଅର୍ଥାତ ଭାଲେଣ୍ଟାନ ଡେ'ରେ ସେମାନେ ପରସ୍ପରକୁ ନିଜ ମନର କଥା କହିଥାନ୍ତି । ଏହି ପ୍ରେମ ଦିବସ ଅବସରରେ ପାର୍କ, ରେସ୍ତୋରାଁ ଆଦି ସ୍ଥାନରେ ପ୍ରେମୀ ଯୁଗଳଙ୍କ ଭିଡ଼ ଜମେ । ପାଶ୍ଚାତ୍ୟ ପରମ୍ପରାକୁ ପ୍ରେମୀ ଯୁଗଳମାନେ ବେଶ ଉତ୍ସାହର ସହିତ ପାଳନ କରିଥାନ୍ତି । ଯାହାକୁ ବଜରଙ୍ଗ ଦଳ ପକ୍ଷରୁ ବିରୋଧ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.