ଭୁବନେଶ୍ବର: ସାରା ରାଜ୍ୟରେ ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ମାଲ୍ୟଗିରି' । ପ୍ରଥମେ କଟକରେ ଫିଲ୍ମର ପ୍ରିମିୟର ହୋଇଥିବା ବେଳେ ପରେ ଭୁବନେଶ୍ୱରରେ ରିଲିଜ ହୋଇଛି ଫିଲ୍ମ । ରିଲିଜର ପ୍ରଥମ ଦିନରେ ଫିଲ୍ମ ଦେଖିବାକୁ ଥିଏଟରରେ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ସମୟରେ ଫିଲ୍ମର କାଷ୍ଟ ଏବଂ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଥିଏଟରକୁ ଆସି ଦର୍ଶକଙ୍କ ସହ ଫିଲ୍ମକୁ ଉପଭୋଗ କରିଥିଲେ ।
ପ୍ରଥମ ଦିନରେ ଭୁବନେଶ୍ବର ସ୍ଥିତ ଥିଏଟରରେ ଫିଲ୍ମ ଦେଖିବାକୁ ପହଞ୍ଚିଥିଲେ ମାଲ୍ୟଗିରି ଫିଲ୍ମର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି । ଏହି ସମୟରେ ସେ ତାଙ୍କ ମା' ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ସ୍ତ୍ରୀ ତୃପ୍ତି ଶତପଥୀଙ୍କ ସେ ସାମିଲ ହୋଇଥିଲେ । ଏଥିସହ ଫିଲ୍ମର ଅନ୍ୟାନ୍ୟ ତାରକା ସୂର୍ଯ୍ୟମୟୀ ମହାପାତ୍ର, ଏଲିନା ସାମନ୍ତାରାୟ, ଶିବାନୀ ସଙ୍ଗୀତାଙ୍କ ସମେତ ଅନେକ ଓଲିଉଡ ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ସମୟରେ ଏଲିନା ଏବଂ ସୂର୍ଯ୍ୟମୟୀ ଫିଲ୍ମର ହିଟ୍ ଗୀତ 'ଧୂଳିଆ ଜନ୍ଦା' ଗୀତରେ ଫ୍ୟାନ୍ସଙ୍କ ସହ ନାଚିଥିଲେ । ଯାହା ବେଶ ଆକର୍ଷଣୀୟ ଥିଲା ।
ସିନେମାଟି ଜଙ୍ଗଲ ଜଙ୍ଗଲୀ ଲୋକଙ୍କ ଧର୍ମୀୟ ଭାବନା ଓ ପିତା ପୁତ୍ରର ନିବିଡ ସମ୍ପର୍କରୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଫିଲ୍ମରେ ଲଭ ଆକ୍ସନ ଓ କମେଡି ରହିଛି । ବିଶେଷ କରି ପ୍ରଥମ ଥର ପାଇଁ ବାବୁସାନ ଓ ଅମ୍ଲାନଙ୍କ ଦମଦାର ଯୋଡି ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଦଶହରା ପୂଜା ବଜାରରେ ସିନେପ୍ରେମୀଙ୍କୁ ଭଲ ଲାଗିବ ଏବଂ ଦର୍ଶକ ହଲ ମୁହାଁ ହେବେ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।
ମାଲ୍ୟଗିରି ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମରେ ଓଲିଉଡ଼ ଅଭିନେତା ବାବୁଶାନ୍, ଅମ୍ଲାନ, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଏଲିନା ସାମନ୍ତରାୟ, ସୂର୍ଯ୍ୟମୟୀ ମହାପାତ୍ର ଏହି ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ବାବୁସାନଙ୍କୁ ଦେଖିବାକୁ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ନଜର ଆସିଛନ୍ତି । ଏଥିସହ ଅଭିନେତା ଅମ୍ଲାନ ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଅନ୍ୟତମ ନାୟକ ଏବଂ ନାୟିକା ଭାବେ ଫିଲ୍ମରେ ଦେଖିବାକୁ ମିଳିଛି । ତେବେ ପ୍ରଥମ ଥର ପାଇଁ ବାବୁସାନ ଏବଂ ଅମ୍ଲାନ ଏହି ଫିଲ୍ମ ସହ ଏକାଠି ନଜର ଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Malyagiri: ପରଦାକୁ ଆସିଲା ଓଡ଼ିଆ ଫିଲ୍ମ ମାଲ୍ୟଗିରି, ଫିଲ୍ମର ସଫଳତା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୁରା ଟିମ୍
ଏବଂ ଏଲିନା ଏହି ଫିଲ୍ମରେ କ୍ୟାମିଓ ରୋଲରେ ନଜର ଆସିଛନ୍ତି । ତାଙ୍କ ଗୀତ 'ଧୂଳିଆ ଜନ୍ଦା' ଦର୍ଶକ ଏହି ଗୀତକୁ ବେଶ ପସନ୍ଦ କରୁଥିବା ବେଳେ ଗୀତଟି ଏବେ ଟ୍ରେଣ୍ଡିଂରେ ରହିଛି । ରେନଡ୍ରପ୍ ପିକ୍ଚର୍ସ ଏବଂ କିଭସ ଏଣ୍ଟରଟେନମେଣ୍ଟ୍ ପକ୍ଷରୁ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୃଥ୍ବୀରାଜ ପଟ୍ଟନାୟକ । ଫିଲ୍ମର ପ୍ରଯୋଜକ ଅଛନ୍ତି ରିଙ୍କୁରିନୁ ଜେନା ଏବଂ ସହ ପ୍ରଯୋଜକ ଅଛନ୍ତି ପ୍ରଣତି ଗୋଚ୍ଛାୟତ ଏବଂ ବାବୁସାନ୍ ମହାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର