ETV Bharat / state

ମଦ ପାଇଁ ପାଣି ନ ଦେବାରୁ ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ - ମଦ ପାଇଁ ପାଣି ନ ଦେବାରୁ ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ

ମଦ ପିଇବା ପାଇଁ ପାଣି ମିଳିଲା ନାହିଁ ବୋଲି ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ, ଲହୁଲୁହାଣ ହୋଇ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ମଦ ପାଇଁ ପାଣି ନ ଦେବାରୁ ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ
attacked on hotel workers in Niali
author img

By

Published : Jun 1, 2022, 4:17 PM IST

ନିଆଳି: ମଦ ପିଇବା ପାଇଁ ପାଣି ମିଳିଲା ନାହିଁ ବୋଲି ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ, ଲହୁଲୁହାଣ ହୋଇ ମେଡିକାଲରେ ଭର୍ତ୍ତି। ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ମିଳିଥିବା ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପାହାଳରେ ଥିବା ଏକ ହୋଟେଲରେ ଦୁଇ ଜଣ ଦୁବୃର୍ତ୍ତ ମଦ ପିଇବା ପାଇଁ ପାଣି ମାଗିଥିଲେ । ହୋଟେଲ ବନ୍ଦ ହୋଇଯାଇଥିବା କହି ହୋଟେଲ କର୍ମଚାରୀ ପାଣି ଦେବାକୁ ମନା କରିଥିଲେ । ଏହାକୁ ନେଇ ହୋଟେଲ କର୍ମଚାରୀ ଏବଂ ୨ ଦୁର୍ବୃତ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ହୋଟେଲ କର୍ମଚାରୀଙ୍କୁ ମାଡ ମାରିଥିଲେ ଦୁର୍ବୃତ୍ତ। ହଠାତ୍‌ ଜଣେ ଦୁର୍ବୃତ୍ତ ଏକ ଭୁଜାଲିରେ ହୋଟେଲର ରୋଷେୟା ସାଗରଙ୍କ ପିଠିକୁ ଭୁଜାଲିରେ ହାଣି ପକାଇଥିଲା । ଯାହାଫଳରେ ସାଗର ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ ।

ସେପଟେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଖବର ପାଇ ପାହାଳ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସାଗର ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲେ । ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.