କଟକ: ହାଇକୋର୍ଟରେ ବର୍ଷା ଅନୁଭବ ବିବାଦ ମାମଲା। ଆସନ୍ତା 19 ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଆକ୍ଷେପ ନେଇ ହାଇକୋର୍ଟରେ ଦାଖଲ ହୋଇଥିଲା ଏହି ମାମଲା । ଅନୁଭବ ସୋସିଆଲ ମିଡିଆରେ କରିଥିବା ଟିପ୍ପଣୀକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସେପଟେ ଉଭୟଙ୍କୁ ନେଇ କଟକ ପରିବାର ଅଦାଲତ ଚାଲିଥିବା ଚାଲିଥିବା ମାମଲାର ଶୁଣାଣି ମଧ୍ୟ ଆସନ୍ତା 19 ତାରିଖକୁ ଧାର୍ଯ୍ୟ ହୋଇଛି ।
ହାଇକୋର୍ଟରେ ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଛି । ତେବେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ଆରମ୍ଭ ହେବାପରେ ଅନୁଭବଙ୍କ ପରିବାର ନିଜ ପୈତୃକ ଘର ଛାଡ଼ି ଏକ ଭଡ଼ା ଘରେ ରହୁଥିଲେ। ପରବର୍ତ୍ତୀ ସମୟରେ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଚାବି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଘର ଭଡ଼ା ନେବେ ଓ ଭରଣପୋଷଣ ପାଇଁ ଅନୁଭବ ନିଜ ପତ୍ନୀଙ୍କୁ 30 ହଜାର ଟଙ୍କା ଲେଖାଏଁ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଇଟିଭି ଭାରତ, କଟକ